ଖେଳପର୍ବ ପର୍ବାଣି

ଧୂମଧାମରେ ପାଳିତ ହେଲା ମଣ୍ଡେଇ ଯାତ୍ରା

ଝରିଗାଁ :ଚଚା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଯାଇଛି ମଣ୍ଡେଇ ଯାତ୍ରା ବା ଚଚା ମହୋତ୍ସବ । ରଙ୍ଗୀନ ମଞ୍ଚରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ନାନା ରକମର ଦୋକାନ ବଜାର ସମ୍ପୂର୍ଣ ଚଚା ଗ୍ରାମକୁ ଲୋକାରଣ୍ୟ କରିପକେଇ ଥିଲା । ଏହି ମଣ୍ଡେଇ ଉତ୍ସବକୁ ଉପଭୋଗ କରିବା ପାଇଁ ଆଶାବାନ୍ଧି ବସିଥାନ୍ତି ଅଞ୍ଚଳଵାସୀ ତେବେ ବୁଡାଦେବ ଚାଉଁରିକାଙ୍କ ମଣ୍ଡେଇ ଯାତ୍ରାରେ ଭିନ୍ନ ଭିନ୍ନ ଗ୍ରାମରୁ ଆସିଥିବା ଦେବଦେବୀ ଓ ଲାଠି କୁର୍ଚି ଗାଁ ପରିକ୍ରମା କରି ବୁଡାଦେବ ଚାଉଁରିଆ ଦେବଙ୍କ ପାଖରେ ପୂଜା ପାଇଥିଲେ । ତେବେ ସନ୍ଧ୍ୟାରେ ତଥା ରାତ୍ର ସମୟରେ ଆରମ୍ଭ ହୋଇଥିଲା ଚଚା ମହୋତ୍ସବ ରଙ୍ଗରଙ୍ଗ କାର୍ୟ୍ୟକ୍ରମ,ନିମନ୍ତ୍ରିତ ମୁଖ୍ୟ ଅତିଥି ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ପ୍ରଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତେବେ ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ମାଝିଙ୍କ ରାଜନୈତିକ ଜୀବନର ୨୫ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହି ଅବସରରେ ଚଚା ଯୁବକସଙ୍ଘ ତରଫରୁ ସାଂସଦ ଶ୍ରୀଯୁକ୍ତ ମାଝୀଙ୍କୁ ଫୁଲମାଳ ଦେଇ ସୂଭେଚ୍ଛା ଜଣେଇଥିଲେ । ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମାଝୀ କୋରାପୁଟ ପାରମ୍ପରିକ ନୃତ୍ୟକାରଙ୍କ ସହ ମଞ୍ଚ ଉପରେ ନାଚିଥିବା ଦେଖିବାକୁ ମିଳିଥିଲା । ତାଙ୍କ ସମେତ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ପ୍ରମୋଦ ପାଢ଼ୀ,ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ,ଝରୀଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝୀ ପ୍ରମୁଖ ମଧ୍ୟ ବାଦ୍ୟର ତାଳେତାଳେ ଝୁମିଥିଲେ,ମହୋତ୍ସବରେ ଦୂରଦୂରାନ୍ତ ତଥା କୋରାପୁଟର ପାରମ୍ପରିକ ନୃତ୍ୟ ସାଙ୍ଗକୁ ବରଗଡ଼ର ବାଜାଶାଳ,କଳାହାଣ୍ଡିର ଘୁମୁରା, ଛତିଶ ଗଡ଼ର ନାଟକ ଗୁଡିକ ଅଂଶ ଗ୍ରହଣ କରି ନିଜ ନିଜ ଅଂଚଳର ସଂସ୍କୃତି ଏବଂ ପାରମ୍ପରିକ କଳାର ପରିବେଷଣ କରିଥିଲେ । କାର୍ୟ୍ୟକ୍ରମଟି ଖୁବ ଶୃଙ୍ଖଳିତ ଭାବେ ଆରମ୍ଭ ହୋଇ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା ।

Related posts

ପାରାଅଲିମ୍ପିକ୍ସରେ ଭାରତର ଦବଦବା

mahabharatanews

ମହିଳା କ୍ରିକେଟ୍ ଟିମ୍ ପାଇଁ ଖୁସି ଖବର ।

mahabharatanews

କ୍ରିକେଟ୍ ପଡ଼ିଆକୁ ଛୁଇଁଛି ଯୁଦ୍ଧର ପ୍ରଭାବ

mahabharatanews