ଓଡିଶାଦୁର୍ଘଟଣା

କାଳିଯାଇ ଦର୍ଶନ କରିବାକୁ ଗଲା ବେଳେ ଅଘଟଣ

ବାଲୁଗାଁ: କାଳିଜାଇରେ ଅଘଟଣ । କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯିବା ବେଳେ ଘଟିଛି ଅଘଟଣା । ଯାତ୍ରୀମାନେ ଡଙ୍ଗାରେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ଆଜି ସକାଳେ ଘନକୁହୁଡ଼ିରେ ଚିଲିକା ମଝିରେ ଉକ୍ତ ଡଙ୍ଗାଟି ଫସିଯାଇଥିଲା।ଗଡ଼ ଜେଟିରୁ ଏହି ଡଙ୍ଗାରେ୨୫ରୁ ଅଧିକ ଶ୍ରଦ୍ଧାଳୁ ଯାଉଥିଲେ। ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫସିଥିବା ସୂଚନା ରହିଛି। ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫସିଥିବା ଜଣାପଡ଼ିଛି । ଏହି ଖବର ପାଇବା ପରେ ସ୍ଥାନୀୟ ଏସଡିପିଓ କହିଛନ୍ତି, ଏବେ ବାଲୁଗାଁରୁ କାଳିଜାଇଙ୍କ ପାଖକୁ ଯିବା ଡଙ୍ଗା ଉପରେ କଟକଣା ଜାରି କରାଯାଇଛି। ଚିଲିକାରେ ଡଙ୍ଗା ଚଲାକୁ ବନ୍ଦ କରାଯାଇଛି । କୁହୁଡ଼ି କମିଲେ ପୁଣି ଡଙ୍ଗା ଚଳଚଳକୁ ଅନୁମତି ଦିଆଯିବ।

 

Related posts

ରାଜଧାନୀରୁ ହଟିବ ପୋଷ୍ଟର 

mahabharatanews

ବେଆଇନ୍ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ

mahabharatanews

ନିସ୍ଵାର୍ଥ ପରିବାର ତରଫରୁ କରୋନା ମୁକାବିଲା ପାଇଁ ନିସ୍ଵାର୍ଥ ସେବା

mahabharatanews