ମୟୂରଭଞ୍ଜ : ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡ ନିକଟରେ ଥିବା ପବିତ୍ର ବୈତରଣୀ ନଦୀର ସଙ୍ଗମ ସ୍ଥଳର ସ୍ବତୀଘାଟରେ ୨୦ ତାରିଖ ଦିନ ସାନ୍ତାଳ ସମ୍ପ୍ରଦାୟର (ଦାମୋଦର ମେଳା) ଅସ୍ଥି ବିସର୍ଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି।ଚଳିତ ବର୍ଷ ୧୨୧୬ ଗୋଟି ଅସ୍ଥି ବିସର୍ଜନ ହୋଇଯାଇଛି । ଅସ୍ଥି ବିସର୍ଜନ ମେଳାକୁ ମୟୂରଭଞ୍ଜ , କେନ୍ଦୁଝର , ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ବେଙ୍ଗଲ ରୁ ଆସି ଠାକୁରମୁଣ୍ଡା ଭୀମକୁଣ୍ଡ ସ୍ବାତିଘାଟରେ ଅସ୍ଥି ବିସର୍ଜନ କରି ଥିଲେ।ମେଳାରେ ପ୍ରାୟ ଲକ୍ଷ ଲକ୍ଷ ଶ୍ରଧାଳୁ ଙ୍କ ସମାଗମ ଦେଖିବା ମିଳିଥିଲା । ପ୍ରକାଶ ଯେ ସାନ୍ତାଳ ସମ୍ପ୍ରଦାୟର ର ପ୍ରଥା ଅନୁଯାୟୀ ମକର ସଂକ୍ରାନ୍ତି ପରେ ଆଦିବାସୀ ସଂପ୍ରଦାୟର ପାରମ୍ପରିକ ଅସ୍ଥି ବିସର୍ଜନ ସହ ପିଣ୍ଡ ଦାନ ଓ ଶ୍ରାଦ୍ଧ କର୍ମ କୁ ଦାମୋଦର ଯାତ୍ରା କହିଥାନ୍ତି । ପରିବାରରେ ମୃତ ବ୍ୟକ୍ତିଙ୍କ ସଂସ୍କାର ପରେ ତାଙ୍କର ଅସ୍ଥିକୁ ଏକ ଗଛ ମୂଳରେ ମାଟି ତଳେ ପୋତି ରଖିଥାନ୍ତି । ଅସ୍ଥି ବିସର୍ଜନର ପୂର୍ବ ଦିନରୁ ପୋତି ରଖିଥିବା ଅସ୍ଥିକୁ ପରିବାର ସଦସ୍ୟ ମାନଙ୍କ ଦ୍ୱାରା ବାହାର କରାଯାଇ ଅସ୍ଥି ବିସର୍ଜନ ଦିନ ଅସ୍ଥିକୁ ଏକ ହଳଦୀ ବଳା କନାରେ ଗୋଡ଼ାଇ ପରିବାରର ଜଣେ ସଦସ୍ୟଙ୍କ ବେକରେ କିମ୍ବା ଅଣ୍ଟାରେ ବାନ୍ଧି ପରିବାର ସହ ଅସ୍ଥି ବିସର୍ଜନ କରିବାକୁ ଆସିଥାନ୍ତି ।
ଆସିବା ବେଳେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ କରି ଅସ୍ଥି ବିସର୍ଜନ ସ୍ଥଳୀ ପହଂଚି ବୈତରଣୀ ନଦୀର କୂଳ ରେ ଥିବା ବାଲିରେ ମଣ୍ଡପ କରି ବିଧି ଅନୁଯାଇ ପୂଜା କରିବା ପରେ ନଦୀ ପାଣି ରେ ଅସ୍ଥିକୁ ବିସର୍ଜନ ଦେଇଥାନ୍ତି । ପରେ ସେଠାରେ ଥିବା ମାରାଂ ବୁରୁ ଦାନ୍ଧେର କୁ ଯାଇ ପୂଜା କରିଥାନ୍ତି।ବିଗତ ବର୍ଷ ମାନଙ୍କରେ ଲକ୍ଷ ଲକ୍ଷ ଶ୍ରାଦ୍ଧ କରୀଙ୍କ ସମାଗମ ହେଉଥିଲେ । ଏହି ଅସ୍ଥି ବିସର୍ଜନ ନିମନ୍ତେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଜିଲ୍ଲା ତଥା ପୋଡଶୀ ରାଜ୍ୟ ଝାଡ଼ଖଣ୍ଡ ସମେତ ବିଭିନ୍ନ ସ୍ଥାନରୁ ସାନ୍ତାଳ ସମ୍ପ୍ରଦାୟର ଲୋକେ ଆସି ଅସ୍ଥି ବିସର୍ଜନ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ସ୍ବତୀ ଘାଟରେ ୧୨୧୬ ରୁ ଉର୍ଦ୍ଧ୍ବ ଅସ୍ଥି ବିସର୍ଜନ ହୋଇଥିବା ନେଇ ଦାମୋଦର ମେଳା ଆୟୋଜନ କରୁଥିବା ମାରାଂ ବୁରୁ କମିଟି ପକ୍ଷରୁ ଜଣାଯାଈଛି । ମେଳକୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବସନ୍ତି ହେମ୍ବ୍ରମ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ,ବ୍ଲକ ଅଧକ୍ଷା ସରୋଜିନୀ ମୁଣ୍ଡା ମେଳା ରେ ଯୋଗ ଦେଇଥିଲେ।
