ଓଡିଶା

କଂଗ୍ରେସ ରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ

ବ୍ୟୁରୋ: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ସୋନିଆ ଗାନ୍ଧିଙ୍କ ନିକଟକୁ ହାର୍ଦ୍ଦିକ ପଟେଲ ପଠାଇଛନ୍ତି ଇସ୍ତଫା ପତ୍ର । ଏବେ ସକରାତ୍ମକ ଭାବେ କାମ କରିପାରିବି । ତେଣୁ ମୋ ନିଷ୍ପତ୍ତିକୁ ସ୍ୱାଗତ କରିବେ ବୋଲି ମୋର ବିଶ୍ୱାସ ଅଛି ବୋଲି ହାର୍ଦ୍ଦିକ କହିଛନ୍ତି । ଅନ୍ୟପଟେ କଂଗ୍ରେସର ହାତ ଛାଡି ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ପଛର ବଡ କାରଣ ହେଉଛି ହାର୍ଦ୍ଦିକ ପଟେଲଙ୍କ ନୂଆ ଫଟୋ । ହ୍ୱାଟସ୍ଆପ୍ ନୂଆ ପ୍ରେଫାଇଲ ଫଟୋରେ ହାର୍ଦ୍ଦିକ ପଟେଲ ଗେରୁଆ ଗାମୁଛା ପକାଇଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ହାର୍ଦ୍ଦିକ ପଟେଲ ହ୍ୱାଟସ୍ଆପ୍ ଓ ଟ୍ରେଲିଗ୍ରାମରେ ନିଜର ଫଟୋ ବଦଳାଇ ଥିବା ବି ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ହାର୍ଦ୍ଦିକ ପଟେଲ ଗୁଜୁରାଟ କଂଗ୍ରେସର ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିଲେ । ଏପରିକି ନିଜର ଅସନ୍ତୋଷକୁ ବାରମ୍ବାର ପ୍ରକାଶ ମଧ୍ୟ କରିଛନ୍ତି । କେବଳ ଏତିକି ନୁହେଁ କଂଗ୍ରେସରେ ନିଜର ସ୍ଥତିକୁ ନେଇ ପ୍ରଶ୍ନ ଉଠାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ପୂର୍ବରୁ ହାର୍ଦ୍ଦିକ କହିଛନ୍ତି, ସୋନିଆ, ରାହୁଲ ଓ ପ୍ରିୟଙ୍କାକୁ ନେଇ କୌଣସି ଅସନ୍ତୋଷ ନାହିଁ ବରଂ ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।

ନିଜ ବାପାଙ୍କ ମୃତ୍ୟୁର ଅନ୍ତିମ ସଂସ୍କାରରେ ୪ ହଜାର ଭଗବତ୍ ଗୀତା ବାଣ୍ଟିବେ ବୋଲି କହିଛନ୍ତି ହାର୍ଦ୍ଦିକ । ମୁଁ ହିନ୍ଦୁ ଏବଂ ଏଥିପାଇଁ ବହୁତ ଗର୍ବିତ । ଆଉ ଏହାପରେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲଙ୍କୁ ପ୍ରଶଂସା କରିଥିଲେ । ଏହାପରେ ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Related posts

ମନେପଡନ୍ତି ଉତ୍କଳମଣୀ

mahabharatanews

ସମୟର ଆହ୍ୱାନ: ମୁଁ ଛାଡି ଆମେକୁ ଆପଣାଉ ରାଜ୍ୟ ବିଜେପି

mahabharatanews

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

mahabharatanews