Uncategorized

ଘର ବାଡ଼ିରୁ ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଶରୀର ଠାବ

ବସ୍ତା : ଘର ବାଡ଼ିରୁ ସନ୍ଦେହ ଜନକ ଅବସ୍ଥାରେ, ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଶରୀର ଠାବ। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହ ଘେରରେ । ଏ ଭଳି ଅଭାବନୀୟ ଘଟଣା ଘଟିଛି ବସ୍ତା ଥାନା ପାଉଁଶକୁଲି ପଞ୍ଚାୟତ ବେଗୁନିଆ ଗ୍ରାମରେ । ଗ୍ରାମର ନରହରି ନାୟକଙ୍କ ଘର ବାଡ଼ିରୁ ତାଙ୍କ ସ୍ତ୍ରୀ ମଞ୍ଜୁଲତା (୫୭)ଙ୍କ ଅର୍ଦ୍ଧ୍ଦଦଗ୍ଧ ମୃତ ଶରୀର ଠାବ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ବସ୍ତା ଆଇଆଇସି ବାରିଣୀ ଦାସ, ପ୍ରଭାକର ସାହୁ, ଅମରଦା ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର,ଏ ଏସଆଇ ବିକାଶ ସେଠି ସଦଳେ ବଳେ ପହଁଚି ପ୍ରାଥମିକ ତଦନ୍ତ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଏକ ଅପମୃତୁ ମାମଲା ରୁଜୁ କରି, ମାଜିଷ୍ଟ୍ରେଟ ତଥା ବସ୍ତା ତହସିଲଦାର କାର୍ତ୍ତିକ କୁମାର ଦାସ ଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଅଧିକ ତଦନ୍ତ କରିବା ସହିତ ,ମୃତ୍ୟୁ ଶରୀର ନିକରେ ପଡିଥିବା ଲାଇଟର, ବେରେଲ ସହିତ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଶରୀରକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ଜଣାପଡ଼ିବ।

Related posts

ପାଠପଢାରେ କେମିତି ଲଗାଇବେ ପିଲାର ମନ

mahabharatanews

ପଶ୍ଚିମ ବଙ୍ଗ ସରକାରକୁ କୋଲକାତା ହାଇକୋର୍ଟଙ୍କ ଶକ୍ତ ଧକ୍କା

mahabharatanews

ଆତଙ୍କବାଦର ରୋଜଗାର ବାଟ ନିଶା କାରବାର: ଶାହା

mahabharatanews