ଓଡିଶା

ହୋଟେଲରୁ ଉଦ୍ଧାର ହେଲା ଝୁଲନ୍ତା ମୃତ ଦେହ

ଗୋପ/ଜୟନ୍ତ କୁମାର ସେଠୀ: ହୋଟେଲ ରୁମରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ପୁରୀରେ ପର୍ୟ୍ୟଟକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୁଲିସ। ପୁରୀ ସି ବିଚ୍ ଥାନା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ନିକଟ ରେ ଥିବା ଏକ ହୋଟେଲ୍ରୁ ପର୍ୟ୍ୟଟକଙ୍କ ମୃତ ଦେହ ଉଦ୍ଧାର ହୋଇଚି। ମୃତକ ହେଉଛନ୍ତି ଅନ୍ସ ଭି.କେ । ସେ କେରଳର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ଖବର ପାଇବା ପରେ ସି ବିଚ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ କୁ ଉଦ୍ଧାର କରିବା ସହ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି। ସାଇଣ୍ଟଫିକ୍ଟିମ୍ ତଦନ୍ତ ମଧ୍ୟ କରୁଚି। ସୂଚନା ଅନୁଯାୟୀ ଗତ ୨ ତାରିଖ ରେ ମୃତକ ଜଣଙ୍କ ପୁରୀ ଆସି ଏକ ହୋଟେଲରେ ରହିଥିଲେ। ଆଜି ସକାଳେ ତାଙ୍କର ଚେକ୍ ଆଉଟ ଥିଲା। ତେବେ ସେ କବାଟ ନ ଖୋଲିବାରୁ ହୋଟେଲ୍ ପକ୍ଷରୁ ପୋଲିସ୍ କୁ ଖବର ଦିଆଯାଇ ଥିଲା। ପରେ ପୋଲିସ ପହଂଚି କବାଟ ଲକ୍ ଖୋଲି ମୃତ ଦେହ ଉଧାର କରିଥିଲେ। ତେବେ ଫ୍ୟାନରେ ମୃତ ଦେହଟି ଏକ ଦଉଡ଼ି ରେ ଝୁଲି ଥିବା ଅବସ୍ଥାରେ ରହିଥିଲା। ତେବେ ମୃତ ଦେହକୁ ଉଦ୍ଧାର କରାଯାଇ ପୋଷ୍ଟ ମଟମ ପାଇଁ ପଠା ଯାଇଚି। ମୃତକ ଙ୍କ ପାରିବାର ଲୋକ ଙ୍କୁ ପୋଲିସ୍ ପକ୍ଷରୁ ଖବର ଦିଆଯାଇଛି। ତାଙ୍କ୍ ଘର ଲୋକ ଆସିବା ପରେ ତଦନ୍ତ ଆହୁରି ବ୍ୟାପକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Related posts

ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ବସ

mahabharatanews

ଗଗନଯାନ ମିଶନର ୪ ମହାକାଶଚାରୀଙ୍କ ମଧ୍ୟରେ ଓଡ଼ିଆ ପୁଅ ନିଖିଲ ରଥ

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସଂଖ୍ୟା ୩୮୯କୁ ବୃଦ୍ଧି

mahabharatanews