ଓଡିଶା

ନିର୍ଦ୍ଧୁମ ଛେଚା ଖାଇଲେ ଛେଳି ଚୋର |

ମୟୁରଭଞ୍ଜ : କାର୍‌ରେ ଆସିଲା ଉଠାଇ ନେଇଗଲା | ମଣିଷଙ୍କୁ ନୁହେ ଛେଳିକୁ | ହାଇଟେକ୍‌ ଷ୍ଟାଇଲରେ ଚୋରି କରୁଥିଲା ଧରା ପଡି ନିର୍ଦ୍ଧୁମ ଛେଚା ଖାଇଲେ ଛେଳି ଚୋର | ତେବେ ୩ ଛେଳି ଚୋରଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ପିଟିଲେ ଗ୍ରାମବାସୀ | ଏଭଳି ଘଟଣା ଦେଖିବାକୁ ମିଳିଛି, ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ମଉଦା ଗାଁରେ | ତେବେ ଗାଁର ଜଣେ ବ୍ୟକ୍ତିଙ୍କ ୨ଟି ଛେଳିକୁ ଚୋରି କରି କାର୍‌ରେ ନେଇ ଯାଉଥିବା ବେଳେ ୩ ଚୋର ପଡିଥିଲେ ଗାଁ ଲୋକଙ୍କ ହାବୁଡରେ। ବାସ ତା ପରେ ଆଉ କୁଆଡେ ଯାନ୍ତି | ୩ ଜଣଙ୍କୁ ଲୋକ ନିର୍ଦ୍ଧୁମ ସେକିଲେ | ୩ ଅଭିଯୁକ୍ତ ହେଉଛନ୍ତି ବାଙ୍ଗିରିପୋଷି ଥାନା କାଳିଆମି ଗାଁର ସାଧୁ ବିନ୍ଧାଣି, ଆମ୍ବଗଡିଆ ଗାଁର ରାଜେନ୍ଦ୍ର ନାଥ, କରତବସା ଗାଁର ସନିଆ ସିଂ । ଖବର ପାଇ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛେଳିଚୋର, ଚୋରିରେ ବ୍ୟବହୃତ କାର ଓ ଚୋରି ଛେଳିକୁ ଥାନାକୁ ଆଣିଥିଲେ । ପରେ ଛେଳି ଗୁଡିକୁ ମାଲିକଙ୍କୁ ହସ୍ତାନ୍ତର କରିଛି ପୋଲିସ୍‌ । ଘଟଣାର ତଦନ୍ତ କରିଛି ପୋଲିସ୍‌ ।

Related posts

ଅହିଂସା ରଥ କାର୍ଯ୍ୟକ୍ରମରେ ରାଇଘର ବ୍ଲକ ପ୍ରକାଶନ ଗଣମାଧ୍ୟମକୁ ଅଣଦେଖା

mahabharatanews

ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ମିଟର

mahabharatanews

ଟ୍ୱିନ ସିଟି ହେବ ଟ୍ରିପଲ ସିଟି

mahabharatanews