ଓଡିଶା

ମାଧେଶ୍ୱର ପାଣି ପଞ୍ଚାୟତର ନୂତନ କର୍ମକର୍ତ୍ତା କମିଟି ଗଠନ

(ମହାଭାରତ, ସତ୍ୟବାଦୀ): ସାକ୍ଷୀଗୋପାଳ ଉପଖଣ୍ଡ ଜଳ ସେଚନ ବିଭାଗ ଅଧିନରେ ଥିବା ୩୯ ନମ୍ବର ମାଧେଶ୍ୱର ପାଣି ପଞ୍ଚାୟତର ନୂତନ କର୍ମକର୍ତ୍ତା ଗଠନ କରାଯାଇଛି । ଏଥିପାଇଁ ପୁରୀ ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ ନିର୍ଦ୍ଦେଶ ଦେଇଥିଲେ । ପାଟେଳି ଜଳ ସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ସାକ୍ଷୀଗୋପାଳ ଜଳ ସେଚନ ବିଭାଗର ଏସଡିଓଙ୍କ ତତ୍ତ୍ୱାବଧାନରେ ଏକ ବୈ÷ଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଆଇନ ଅନୁଯାୟୀ ପ୍ରତି କମିଟିରେ ୩୩ ଭାଗ ମହିଳା ରହିବେ ବୋଲିି ଏସଡିଓ ସୂଚନା ପ୍ରଦାନ କରିଥିଲେ । ଏଥିରେ ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟାଙ୍କ ସଭାପତି ଭାବେ ଓକିଲ ସେନାପତି, ସମ୍ପାଦକ ଭାବେ ନକୁଳ ସେନାପତି ଓ କୋଷାଧ୍ୟକ୍ଷ ଭାବେ ବିଶ୍ୱମ୍ବର ଜେନା ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଶେଷରେ ନିର୍ବାଚନ ଅଧିକାରୀର ଦାୟିତ୍ୱ ତୁଲାଉଥିବା ପାଟେଳି ଡିଭିଜନ ସହକାରୀ ଯନ୍ତ୍ରୀ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷାଣା କରିଥିଲେ । ଶୁକଳ ଗ୍ରାମପଞ୍ଚାୟତର ସମିତିସଭ୍ୟ ଜଳନ୍ଧର ସେଠୀ ସେଠାରେ ଉପସ୍ଥିତ ରହି ନୂତନ ପାଣି ପଞ୍ଚାୟତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ।

Related posts

ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା

mahabharatanews

ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

mahabharatanews

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନହେବା ପାଇଁ ଦାବି ରଖିଛି ବିଶ୍ୱ ହିନ୍ଦୁ ପରିଷଦ

mahabharatanews