ଅପରାଧଓଡିଶା

ପାରିବାରିକ କଳହକୁ ନେଇ ମରଣାନ୍ତର ଆକ୍ରମଣ

ପୁରୀ / ଜୟନ୍ତ କୁମାର ସେଠି: ପାରିବାରିକ କଳହକୁ କେନ୍ଦ୍ର କରି ଖଣ୍ଡାରେ ମରଣାନ୍ତକ ଆକ୍ରମଣ। ପୁରୀ ମଶାଣି ଚଣ୍ଡି ଛକରେ ଘଟିଛି ଏଭଳି ଅଘଟଣ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମନୋରଞ୍ଜନ ପଟ୍ଟନାୟକ। ମନୋରଞ୍ଜନଙ୍କ ଡାହାଣ ହାତରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣ କରିଥିବା ଯୁବକ ଜଣକ ହେଉଛନ୍ତି ମନୋରଞ୍ଜନଙ୍କ ସମ୍ପର୍କୀୟ କୁନା ବେହେରା। ଘଟଣାକୁ ନେଇ ବାସେଳୀ ସାହି ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ କୁନା ବେହେରା ଫେରାର ଅଛି। ତେବେ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଆଜି ମନୋରଞ୍ଜନ ଦୋକାନ ବନ୍ଦ କରୁଥିବା ସମୟରେ କୁନା ଏକ ଖଣ୍ଡାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣା ପରେ ପୁରୀ ରେ ଭୟ ବାତାବରଣ ଖେଳି ଯାଇଚି। ବିଶେଷ କରି ପୁରୀ ସହର ର ଆଇନ ଶୃଙ୍ଖଳା ସ୍ଥିତି ଦିନ କୁ ଦିନ ଖରାପ ହେବାରେ ଲାଗିଛ। ବିଚ୍ ରାସ୍ତା ରେ କିଛି ନିଶାଖୋର ବ୍ୟକ୍ତି ଙ୍କ ଆତଙ୍କ ରାଜ୍ କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛ। ବିଶେଷ କରି ପୁରୀ ସହର ରେ ଆଇନ ଶୃଙ୍ଖଳା ସ୍ଥିତି କୁ ନିୟନ୍ତ୍ରଣ ରେ ରଖିବା ପାଇଁ ପୋଲିସ୍ ପକ୍ଷରୁ ଦୃଢ଼ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି ।

Related posts

ରଥଯାତ୍ରା ପୁନର୍ବିଚାର କେଶ ଲଢିବେ ସାବରିମାଲା ଓକିଲ

mahabharatanews

ସ୍ୟାଣ୍ଡ ଆର୍ଟ ଇନ୍ସଟା ଲେସନରେ ଆହ୍ୱାନ କଲେ ୫ ଏପ୍ରିଲ୍କୁ

mahabharatanews

ଭି,ଏସ୍,ଏସ୍ ନଗରରେ ବନମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ

mahabharatanews