ଓଡିଶା

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବାହୁଡା଼ ଯାତ୍ରା ସମ୍ପୂର୍ଣ୍ଣ

ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରୀହରିଵଳଦେବ ଜୀଉ ଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ତିନି ଠାକୁର ଶ୍ରୀ ମନ୍ଦିର ନିକଟରେ ପହଁଚିଲେ। ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ  ରଥ ଶ୍ରୀମନ୍ଦିର ନିକଟରେ ରଥଖଳାରେ ପହଁଚି ଅଟକି ରହିଥିଲା ବେଳେ ଦେଵୀ ସୁଭଦ୍ରାଙ୍କ ଦେବଦଳନ ରଥ ବାରିପଦା ଟାଉନ ଥାନା ନିକଟରେ ରହିଥିଲା। ଆଜି ଅପରାହ୍ନ ୨-୩୦ ମିନିଟ୍ ସମୟରେ ଦେଵୀ ସୁଭଦ୍ରାଙ୍କ ରଥ ମହିଳା ମାନେ ଟାଣି ଟାଣି ଶ୍ରୀମନ୍ଦିର ନିକଟରେ ପହଁଚାଇବା ପରେ ଶେଷରେ ବଡଭାଇ ବଳଭଦ୍ର ଙ୍କ ତାଳଧ୍ଵଜ ରଥ ବାରିପଦା ର ବଡ଼ଦାଣ୍ଡରେ ଗଡିଥିଲ। ଝିପି ଝିପି ବର୍ଷା ସତ୍ବେ ବାରିପଦା ର ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆବେଗ ଓ ଭକ୍ତି ଭାବନା ମହାପ୍ରଭୁ ଙ୍କ ତାଳଧ୍ଵଜ ରଥ କୁ ଘର୍ଘର ନାଦରେ ଗୁଣ୍ଡିଚା ମନ୍ଦିର ନିକଟରୁ ଆଣି ଶ୍ରୀମନ୍ଦିର ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲା।

ଶେଷରେ ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ତାଳଧ୍ଵଜ ରଥ ଉପରୁ ଶ୍ରଦ୍ଧାଲଡୁ ବିତରଣ କରାଯାଇଥିଲା ଯାହାକି ବାରିପଦାର ଆଉ ଏକ ନିଆରା ପରମ୍ପରା। ଏହି ମହାନ କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଭାବରେ ସମ୍ପନ୍ନ କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଏଵଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରେ ପରେ ରାତି ରେ ଶ୍ରୀଜୀଉମାନଙ୍କର ନିତି କାନ୍ତି କରାଯାଇ ରତ୍ନ ସିଂହାସନ କୁ ଗୋଟି ପହଣ୍ଡିରେ ବିଜେ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ କୁ ଶୃଙ୍ଖଳାର ସହିତ ସମାପନ କରିବାକୁ ଉଭୟ ଜିଲ୍ଲାପାଳ ଏଵଂ ଏସପି ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ। ଅପରପକ୍ଷରେ ମହାପ୍ରଭୁଙ୍କ ରଥ ବିଶେଷ କରି ଦେବୀ ସୁଭଦ୍ରା ଙ୍କ ରଥ ଟାଣିବା ରେ ଯେଉଁ ଅଫୁରନ୍ତ ଆନନ୍ଦ ମିଳେ ତାକୁ ଭକ୍ତମାନେ କେଵେ ହାତଛଡ଼ା କରିନଥିଲେ। ପ୍ରବଳ ଆଗ୍ରହ ଥିଲା ଭକ୍ତ ମାନଙ୍କର ଏହି ରଥ ଟାଣିବା ରେ ନିଜକୁ ସାମିଲ କରି।

Related posts

ସାଇକେଲ ଚୋରି: ସିସିଟିଭି କ୍ୟାମେରାରେ ଅଭିଯୁକ୍ତ କଏଦ

mahabharatanews

ବୋଲଗଡରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

mahabharatanews

ଆଜିଠୁ ଭୁବନେଶ୍ବରରେ ସ୍ବାଭାବିକ ହେବ ଟ୍ରେନ୍ ସେବା

mahabharatanews