ଭାରତ

ଭଜନ ଶୁଣିବା ପଇଁ ଏଣ୍ଟ୍ରି ଟିକେଟ ନୁହେଁ ରୁଟି ଧରି ପହଞ୍ଚିଲେ ଲୋକେ

ପାଟନା : ଭଜନ ଶୁଣିବା ପଇଁ ଏଣ୍ଟ୍ରି ଟିକେଟ ନୁହେଁ ରୁଟି ଧରି ପହଞ୍ଚିଲେ ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭଜନ ଗାୟକ କୀର୍ତ୍ତିଦାନ ଗଢ଼ଓ୍ଵିଙ୍କ କାର୍ୟ୍ୟକ୍ରମକୁ ଦେଖିବା ପଇଁ ହୋଇଛି ଏଭଳି ନିୟମ । ତେବେ ପୂର୍ବରୁ କୀର୍ତ୍ତିଦାନ ଙ୍କ ଅନେକ କାର୍ଯ୍ୟକ୍ରମରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ବର୍ଷା କରିଥାନ୍ତି କିନ୍ତୁ ଏଠି ଗଦା ଗଦା ରୁଟି ଦେଖିବାକୁ ମିଳିଥିଲା । ତେବେ ଭାଇରାଲ ହେଉଥିବା ଏହି ଘଟଣାଟି ହେଉଛି ଗୁଜରାଟ ପାଟନାର । ତେବେ ପାଟନା ସହରରେ ପୂଜା ପଆନ୍ତି ରୋଟଲିଆ ହନୁମାନ । ଏହି ମନ୍ଦିର ହେଉଛି ବିଶ୍ୱର ଏକମାତ୍ର ମନ୍ଦିର ।

ଅନେକ ମନ୍ଦିରରେ ଠାକୁରଙ୍କୁ ସୁନା, ଚାନ୍ଦିର ଅଳଙ୍କାର ଦିଆଯାଏ ଆଉ ପ୍ରସାଦ ହିସାବରେ ମିଠା, ଫଳ ଆଦି ଦିଆଯାଏ । କିନ୍ତୁ ଏହି ରୋଟଲିଆ ହନୁମାନ ମନ୍ଦିରରେ ଠାକୁରଙ୍କୁ ଭକ୍ତମାନେ ପ୍ରସାଦ ଆକାରରେ ଚଢ଼ାଇ ଥାଆନ୍ତି ରୁଟି। ତେବେ ପାଟନାରେ ଥିବା ଏହି ରୋଟଲିଆ ହନୁମାନ ମନ୍ଦିରରେ ଗାୟକ କୀର୍ତ୍ତିଦାନ ଗଢ଼ଓ୍ଵିଙ୍କ ଭଜନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଟଙ୍କା ବର୍ଷା ହେଉଥିବା ବେଳେ ଏଠି କିନ୍ତୁ କୀର୍ତ୍ତିଦାନଙ୍କ ଭଜନ କାର୍ୟ୍ୟକ୍ରମରେ ରୁଟିର ପାହାଡ଼ ଦେଖିବାକୁ ମିଳିଥିଲା।

ଲୋକଙ୍କୁ ଏହି କାର୍ଯ୍ୟକ୍ରମ ଦେଖିବାକୁ ହେଲେ ଟିକେଟ୍‌ ନୁହେଁ, ବରଂ ରୁଟି ଆଣିବାକୁ କୁହାଯାଇଥିଲା। ଗୋଟିଏ ରୁଟିରୁ ଆରମ୍ଭ କରି ୧୦ଟି ପର୍ୟ୍ୟନ୍ତ ରୁଟି ଧରି ଲୋକେ ଏହି କାର୍ୟ୍ୟକ୍ରମରେ ପହଞ୍ଚିଥିଲେ । ଦେଖୁ ଦେଖୁ ମାତ୍ର କିଛି ମିନିଟରେ ହିଁ ମଞ୍ଚ ଉପରେ ରୁଟିର ପାହାଡ ହୋଇଗଲା । ତେବେ ଆପଣ ଭାବୁଥିବେ ଏତେ ମାତ୍ରାରେ ରୁଟି ନେଇ ହେବ କଣ? ତେବେ କହିରଖୁଛୁମ ଏଠି ରୁଟି ସଂଗ୍ରହ କରିବାର ରହିଛି ଏକ ମହତ ଉଦ୍ଦେଶ୍ୟ । ଏହି ରୁଟିକୁ ନେଇ ପଶୁପକ୍ଷୀ ଓ ବୁଲାକୁକୁରଙ୍କୁ ଖାଇବାକୁ ଦିଆଯାଏ । ଏହି ଅବସରରେ ଗାୟକ କୀର୍ତ୍ତିଦାନ ଲୋକମାନଙ୍କୁ ମନ୍ଦିର ଆସିବା ସମୟରେ ରୁଟି ନିଶ୍ଚୟ ଆଣିବାକୁ ଅନୁରୋଧ କରିଥିଲେ। ମଞ୍ଚ ଉପରେ ରୁଟି ଗଦା ହେବାର ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେେଇ ବେସ ଚର୍ଚ୍ଚା ଲାଗି ରହିଛି । ଲୋକେ ଏହା ଉପରେ ନାନା ପ୍ରତିକ୍ରିୟା ଦେବା ସହିତ ଖୁବ୍‌ ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି।

Related posts

୧୪୬ କୋଟି ଆୟ କଲା  ଫିଲ୍ମ ‘ସାଲାର 

mahabharatanews

ମତସାବ୍ୟସ୍ତ କରିବାକୁ ଅପିଲ କଲେ ମୋଦି

mahabharatanews

୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

mahabharatanews