ଓଡିଶା

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ  :   ମଣିଷ ଜୀବନ ଦୁର୍ଲଭ ।  ତେଣୁ ଏହାର ସୁରକ୍ଷାକୁ ଗୁରୁତ୍ଵ ଦେବା ଉଚିତ । ନିଜକୁ ସୁରକ୍ଷା ଦେବା ସହ ଅନ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦେଲେ ମଣିଷ ଜୀବନ ଧନ୍ୟ ହେବ । ତାହାହେଲେ ନିଜେ ସୁରକ୍ଷିତ, ପରିବାର ସୁରକ୍ଷିତ ଏବଂ ସମାଜ ସୁରକ୍ଷିତ ହୋଇପାରିବ ।ଆଜିର ଦିନରେ ରାସ୍ତାଘାଟ,ବିଜୁଳି, ନିର୍ମାଣ କ୍ଷେତ୍ର,କଳ କାରଖାନା ସବୁଠି ବିପଦ ସଙ୍କୁଳ । ତେଣୁ ସମସ୍ତେ ସୁରକ୍ଷା ପ୍ରତି ସଚେତନ ହେବା ଉଚିତ । ଏହି ଉଦେଶ୍ୟରେ ସାରା ଦେଶରେ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟାଟା ପାଓ୍ବାରର ଟିପିଏନଡିଓଏଲ ଏବଂ ଅଗ୍ନିଶମ ବିଭାଗ ମିଳିତ ଆନୁକୂଲ୍ୟରେ ଅଗ୍ନିଶମ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ବେହେରା, ଇଲେକ୍ଟ୍ରିକାଲ ସହକାରୀ ଯନ୍ତ୍ରୀ ଇଂ ଚିରଞ୍ଜିବୀ ସାହୁ, ଟାଟା ପାଓ୍ବାରର ସୁରକ୍ଷା ଅଧିକାରୀ ଚୌଧୁରୀ ନିର୍ମଳ ପ୍ରସାଦ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ମୋପାନା ରାଓ, ଏସସିଓ ଭାଗ୍ୟବାନ ସେନ,ଅଗ୍ନିଶମ ଅଧିକାରୀ ମାର୍ସାଦ ହାଇଵ୍ରୁ, ଏବଂ ତାଙ୍କ ଅଧିନସ୍ଥ କର୍ମଚାରୀ, ଟିପିଏନଡିଓଏଲ ର କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର  ସୁରକ୍ଷା କୌଶଳ ମକର ଡ୍ରିଲ ଶିଖାଇଥିଲେ ।ପରେ ସୁରକ୍ଷା ନେଇ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରଷ୍କୂତ କରିଥିଲେ । ଛାତ୍ରୀମାନେ ଆକସ୍ମିକ ଦୁର୍ଘଟଣାରୁ କିଭଳି ସୁରକ୍ଷା ପାଇଁ ପାରିବେ ଏଥିରୁ ଶିକ୍ଷା ଲାଭ ପାଇଁ ଖୁସି ହେବାସହ ଟିପିଏନଓଡିଏଲର ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ପୂର୍ବରୁ ଟିପିଏନଓଡିଏଲ ତରଫରୁ ବାଦାମ ପାହାଡ଼ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୧୦୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଆଗକୁ ମଧ୍ୟ ଆହୁରି ବହୁତ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଇଂ ଚିରଞ୍ଜିବୀ ସାହୁ ସୂଚନା ଦେଇଥିଲେ ।

Related posts

 ୩୧ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ

mahabharatanews

ଘୁମୁସରରେ ବାଘ ଗଣନା ଆରମ୍ଭ 

mahabharatanews

ଏକା ସଙ୍ଗେ ଜଳିଗଲା ୩ ଟ୍ରକ

mahabharatanews