ଓଡିଶା

୧୬ନମ୍ବର ଜାତୀୟ ରାଜପଥ ସାରେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ସାରେଇ ଚୁଡାଖିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତ୍ୱର ହୋଇଥିବା ସୂଚନା ମିଳିଛି।ସୂଚନା ମୁତାବକ ,ଏକ ୬ ଚକିଆ ଟ୍ରକ ଷ୍ଟ୍ରିଟ୍ ଲାଇଟ ଖୁଣ୍ଟ ବୋଝଇ ଗାଡି ବାଲେଶ୍ୱର ରୁ କଟକ ଅଭିମୁଖେ ଯାଉଥିବା ସମୟରେ ସାରେଇ ଛକ ନିକଟରେ ବେଆଇନ ଭାବେ ପାର୍କିଂ କରି ଛିଡା ହୋଇଥିବା ସମୟରେ ପଛପଟୁ ଏକ ପିକଅପ ଗାଡି ଧୃତଗତିରେ ଆସି ଟ୍ରକ ର ପଛ ପଟେ ପିଟିଥିଲା ଘଟଣା ସ୍ଥଳରେ ପିକଅପ ଗାଡି ର ହେଲ୍ପର ଗାଡ଼ିରେ ଚାପିହୋଇ ମୃତ୍ୟୁ ବରଣ କରିଥିବା ବେଳେ ଡ୍ରାଇଭର ଗୁରୁତ୍ୱର ଅବସ୍ଥାରେ ଗାଡ଼ିଭିତରେ ଚାପିହୋଇ ଥିଲା । ଖବର ପାଇ ଧର୍ମଶାଳା ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଡ୍ରାଇଭର କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିଣ କରିଥିଲେ। ମୃତ ହେଲପର ନା ବାଜିଆ ଘର ବଡ଼ଚଣା ଚଣ୍ଡିତଳ (ଗୁଣ୍ଠୁଣି) ହୋଇଥିବା ବେଳେ ଡ୍ରାଇଭର ନାଁ ବୁଟୁ ଘର ଉପୁଳା ବୋଲି ଜଣା ପଡିଛି ।ଟ୍ରକ ଡ୍ରାଇଭର ଫେରାର ହୋଇଥିବା ଜଣା ସୂଚନା ମିଳିଛି।

Related posts

ଶ୍ରାବଣ ମାସରେ ବି ରାଜ୍ୟରେ ୧୧ଟି ସହରରେ ୩୫ ଡିଗ୍ରୀରୁ ଅଧିକ ତାପାମତ୍ରା

mahabharatanews

ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

mahabharatanews

ହଷ୍ଟେଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews