ଓଡିଶା

ବୁଢାବଳଙ୍ଗରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ରେମୁଣା ଥାନା ପୁତୁକା ଶାସନ ଗାଁ ନିକଟରେ ଘଟିଛି ଏହି ଅଘଟଣ । ବୁଢାବଳଙ୍ଗ ନଦୀରେ ଭାସି ଯାଇ ଦୁଇ ଭାଇଙ୍କର ମୃତ୍ୟୁ ।  ମୃତକ ଦୁଇଜଣ ହେଲେ ବିକାଶ ପଣ୍ଡା ଓ ତୁଷାର ପଣ୍ଡା । ବିକାଶ ଓ ତୁଷାର ଉଭୟେ ଆଜି ମଧ୍ୟାହ୍ନରେ ଗାଁ ନିକଟ ବୁଢାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ । ପୁତୁକା ଶାସନ ନିକଟରେ ପଥର ପେଚିଂ କରାଯାଇଥିବା ଗଣ୍ଡରେ ପଡ଼ିଯିବାରୁ ବିକାଶ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ତୁଷାର ଉଦ୍ୟମ କରୁଥିବାବେଳେ ସେ ମଧ୍ୟ ବୁଡ଼ି ଯାଇଥିଲେ । ସୂଚନାପାଇ ଗାଁ ଲୋକେ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ପରୀକ୍ଷାକରି ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତୁଷାର ମାମୁଘର ପୁତୁକା ଶାସନରେ ରହି ପାଠ ପଢୁଥିଲେ ।

 

Related posts

ସୁନା ବେଶରେ ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉ

mahabharatanews

ରାଜ୍ୟରେ ପୁଣି ୫୪୩ କରୋନା ପଜିଟିଭ ଚିହ୍ନଟ,୧୪ ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ଟ୍ରକ ପଛପଟେ ପିଟିହେଲା ଆମ୍ବୁଲାନ୍ସ, ୧ ମୃତ

mahabharatanews