ଅପରାଧଓଡିଶା

୨ ନାବାଳିକାକୁ ଦୁଷ୍କର୍ମ କଲେ ୪ ଯୁବକ , ଥାନାରେ ଅଭିଯୋଗ ଅଣିଲେ ପରିବାର

କଳାହାଣ୍ଡି: ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବକ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳର। ଏଭଳି । ଘଟଣା ଘଟିଛି । ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଲାଞ୍ଜିଗଡ଼ ଥାନା ଅଞ୍ଚଳର ଦୁଇ ଜଣ ନାବାଳିକା ଗତକାଲି ବିଳମ୍ବିତ ରାତିରେ ନାଟକ ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ୪ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇଥିଲେ। ପରେ ୨ ଜଣ ନାବାଳିକାଙ୍କୁ ୪ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଦୁଇ ଜଣ ନାବାଳିକାଙ୍କୁ ଯୁବକମାନେ ଗଣଦୁଷ୍କର୍ମ କରିବା ପରେ ସେଠାରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ଘଟଣା ସମ୍ପର୍କରେ କାହାକୁ କହିଲେ ସେମାନଙ୍କ ପରିବାର ଲୋକଙ୍କୁ ମାରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇ ଫେରାର ହୋଇଯାଇଥିଲେ। ବିଜେପୁର ପୋଲିସ ଘଟଣାର ତଦନ୍ତ କରୁଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଲାଞ୍ଜିଗଡ ଡାକ୍ତରଖାନାକୁ ନିଆଯାଇଥିବା ବିଜେପୁର ଥାନା ପକ୍ଷରୁ ସୂଚନା ମିଳିଛି ।

 

Related posts

ରାଜ୍ୟରେ ଦୀର୍ଘ ବର୍ଷ ଧରି ଉଠିଥିବା ଦ୍ୱନ୍ଦ ଦୂର କଲେ ସରକାର

mahabharatanews

ଏକ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ, ୧ ଗିରଫ

mahabharatanews

ଓଡିଶା ଜୀବିକା ମିଶନ ପକ୍ଷରୁ କୋଭିଡି-୧୯ ଋଣ ପ୍ରଦାନ

mahabharatanews