ଓଡିଶା

ବାରକୋଟ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଦେବଗଡ / ସୁଦାମ ବେହେରା : ବାରକୋଟ ବ୍ଲକ ମଧ୍ୟପୁର ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଯୋଗ ଦେଇ ୧୪୮ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶ୍ୟକ ପଦକ୍ଷେପ ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ବ୍ୟକ୍ତିଗତ ୧୨୩ଟି ସମସ୍ୟା ରହିଥିବା ବେଳେ ସାମୁହିକ ୨୫ଟି ସମସ୍ୟା ଉପରେ ଆଧାରିତ ଥିଲା। ଶିବିର ରେ ବିଭିନ୍ନ ସମସ୍ୟା ଯଥା ରାସ୍ତାଘାଟ, ପାନିୟ ଜଳ, କଳାକାର ଭତା, ଇଲେକ୍ଟ୍ର, ଜମିର ପଟ୍ଟା, ପ୍ରଧାନ ମନ୍ତ୍ରୀ ଆବାସ ଓ ନୂତନ ବ୍ୟାଙ୍କ ସ୍ଥାପନ ପାଇଁ, ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଏହାର ପ୍ରତିକାର ପାଇଁ ବିଭିନ୍ନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ପ୍ରମୋଦ କୁମାର ରଥ, ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ , ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସଏ, ତହସିଲଦାର, ତାପସ ଭୋଇ, ଡେପୁଟୀ କଲେକ୍ଟର ଲୀଳାବତୀ ନାଏକ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Related posts

ନୟାଗଡ଼ରେ ବନ୍ୟା ସ୍ଥିତି ; ପ୍ରଭାବିତ ୫୦ ହଜାର ଲୋକ

mahabharatanews

ବେଆଇନ ବାଣ ତିଆରି ବେଳେ ବିସ୍ପୋରଣ 

mahabharatanews

ଡିଜିଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ

mahabharatanews