ଓଡିଶାସ୍ୱାସ୍ଥ୍ୟ

ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର

ଭୁବନେଶ୍ୱର: ଫେରିଲା ମାସ୍କ କଟକଣା ।ହସ୍ପିଟାଲ୍ ଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶା ସମେତ ଦେଶର ବିଭିନ୍ନ ରଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟର ସମସ୍ତ ମେଡିକାଲ୍ କଲେଜ, କ୍ୟାପିଟାଲ୍ ହସ୍ପିଟାଲ ସମେତ ସବୁ ହସ୍ପିଟାଲ ଗୁଡିକୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ଡିଏମଇଟି । ଡାକ୍ତର, ନର୍ସ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଯୋଗାଉଥିବା କର୍ମଚାରୀ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମିଟିଂ ସମୟରେ ଅଧିକାରୀଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ବାଧ୍ୟ । ବନ୍ଦ କୋଠରୀରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ହେବ । ଲାବୋରେଟୋରୀ ଟେକ୍ନିସିଆନଙ୍କ ସମେତ ସେବା ଯୋଗାଉଥିବା ସମସ୍ତ ବ୍ୟକ୍ତି ମାସ୍କ ପରିଧାନ କରିବେ । ଯେଉଁ ସ୍ଥାନରେ ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି, ସେହି ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଯେଉଁ ବ୍ୟକ୍ତିଙ୍କ ଠାରେ ଥଣ୍ଡା, କାଶ ଭଳି ଲକ୍ଷଣ ରହିଥିବା ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ହସ୍ପିଟାଲରେ କରୋନା ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସ୍ଥିତିକୁ ନଜରରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଗତ କିଛି ଦିନ ଧରି ରାଜ୍ୟରେ ଶତାଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ସେପଟେ ଦେଶରେ ବି ବଢିଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରେ ୨୧ ,କଟକରେ ୬୫,ସମ୍ବଲପୁରରେ୭୧ ମୟୁରଭଞ୍ଜରେ ୨୮ ଓ ସୁନ୍ଦଋଗଡ଼ରେ ସର୍ବାଧିକ ୧୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଯୁବକ

mahabharatanews

ରାଷ୍ଟ୍ରୀୟ ମାର୍ଯ୍ୟାଦାରେ ହେବ ସରୋଜ ଦାସଙ୍କ ଶେଷକୃତ୍ୟ

mahabharatanews

ଟ୍ରକ ଧକ୍କାରେ ଜଳିଗଲା ଟ୍ୟାଙ୍କର

mahabharatanews