Accidentଓଡିଶା

ମାଡ଼ିଗଲା ପିକଅପ ଭ୍ୟାନ୍ : ଚାଲିଗଲା ୩ ଜୀବନ

ଉଲୁଣ୍ଡା: ମୃତ୍ୟୁ ହୋଇ ମାଡିଆସିଲା ପିକଅପ୍‌ ଭ୍ୟାନ । ଚା’ ପିଉଥିବା ବେଳେ ପିକଅପ୍ ଭ୍ୟାନ୍ ଧକ୍କା ୪ ଜଣଙ୍କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଚାଲିଯାଇଛି, ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ସୋନପୁର-ସମ୍ବଲପୁର ରାସ୍ତାର ମା’ ମେଟାକାନୀ ମନ୍ଦିର ସମ୍ନାରେ ରାସ୍ତାକଡ଼ରେ ଚା’ ଦୋକାନରେ ଚା’ ପିଉଥିଲେ କିଛି ଲୋକ । ସେଇ ସମୟରେ ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆଇଁଲାଛାଟ ଗାଁର ରାଜା କୁମ୍ଭାର(୧୯), ନାରାୟଣ ଟିକ୍ରା ଗାଁର ଦେବାନନ୍ଦ ସୁରୁଜାଲ (୨୮) ଓ ମାଟିଖାଇ ଗାଁର ସୁଶାନ୍ତ ସାହୁ (୨୦)ଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ଆଇଁଲାଛାଟ ଗାଁର କରଣ କୁମ୍ଭାର ଆହତ ହୋଇଛନ୍ତି।

ସେପଟେ ଦୁର୍ଘଟଣା ଘଟାଇବା ପରେ ପିକଅପ୍ ଭ୍ୟାନଟି ଘଟଣାସ୍ଥଳରୁ ଫେରାର ହୋଇଥିଲା। ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପିକଅପ୍ ଭ୍ୟାନର ଡ୍ରାଇଭରଙ୍କୁ ଖୋଜୁଛି ପୋଲିସ।

Related posts

ପୁରୀ ଜିଲ୍ଲା ବ୍ରହ୍ମଗିରୀ ଅଞ୍ଚଳରେ ଜଣେ ନାବାଳକକୁ ରାଜରାସ୍ତାରେ ଦିଆଯାଇଛି ଅକଥନୀୟ ନିର୍ଯାତନା

mahabharatanews

ଶିଶୁ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews

ବର୍ଷାରେ ବେହାଲ ରାଜଧାନୀ

mahabharatanews