ଓଡିଶା

ନିଶ୍ଚିନ୍ତକୋଇଲିରେ ଶ୍ରୀ ମୁକ୍ତେଶ୍ଵରଙ୍କ ସପ୍ତମ ବାର୍ଷିକ ଯଜ୍ଞୋତ୍ସବ ଅନୁଷ୍ଠିତ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଂଚାୟତ କୁଟିଲୋ ଗାଁ ସ୍ଥିତ ମା’ ବିରଞ୍ଚି ନାରାୟଣୀ ଠାକୁରାଣୀ ତଥା ପ୍ରଭୁ ଶ୍ରୀ ମୁକ୍ତେଶ୍ଵରଙ୍କ ଚାରି ଦିନ ବ୍ୟାପୀ ସପ୍ତମ ବାର୍ଷିକ ଯଜ୍ଞୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଚାରି ଦିନ ବ୍ୟାପୀ ଯଜ୍ଞୋତ୍ସବରେ ପ୍ରଥମ ଦିବସ ତଥା ଜ୍ୟେଷ୍ଠ ଶୁକ୍ଳ ପକ୍ଷ ତୃତୀୟ ତିଥିରେ ଅଙ୍କୁରାରୋପଣ ଓ ଅଧିବାସ ଆରମ୍ଭ କରା ଯାଇଥିଲା। ପରେ କଳସ ସ୍ଥାପନ,ଯଜ୍ଞ ଅଗ୍ନି ସ୍ଥାପନ,ଯଜ୍ଞସ୍ୟ ସର୍ବକର୍ମ କରଣୀୟ,ଗୀତା ଯଜ୍ଞ,ଶିବ ବିବାହ ସହ ଶେଷ ଦିବସ ରେ ଯଜ୍ଞର ପୂର୍ଣ୍ଣାହୁତି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର କାର୍ଯକ୍ରମ ହୋଇଥିଲା। ଏହି ଚାରି ଦିନ ବ୍ୟାପୀ ଯଜ୍ଞୋତ୍ସବ, ସଂସାର ର କଲ୍ୟାଣ ସହ ଜୀବଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ଆୟୋଜକ ମାନେ ମତବ୍ୟକ୍ତ କରିଥିଲେ। ଏହି ଯଜ୍ଞୋତ୍ସବ ରେ ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

Related posts

ବଢିଲା ବାଚସ୍ପତିଙ୍କ ଏବଂ ଉପବାଚସ୍ପତିଙ୍କ ଦରମା

mahabharatanews

୨୪ ଘଣ୍ଟାରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ

mahabharatanews