ଓଡିଶା

ଶତାବ୍ଦୀର ନାୟକ ମଧୁ ବାରିଷ୍ଟର

କୋଟି ଓଡ଼ିଆଙ୍କ ପ୍ରିୟ ମଧୁବାବୁଙ୍କ ଆଜି ଜନ୍ନ ଜୟନ୍ତୀ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଇ ଗଠନରେ ମହାନ ବିନ୍ଧାଣି ।ତାଙ୍କର ଚିନ୍ତା ଧାରା ଥିଲା ସମୟ କାଳରୁ ଢେର ଆଗରେ । ୧୮୪୮ ମସିହା ଆଜିର ଦିନରେ ମଧୁବାବୁ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ଏହି ଦିନ ତାଙ୍କର ଜନ୍ନ ଜୟନ୍ତୀ ଭାବେ ପାଳନ କରାଯାଏ ।ତାଙ୍କ ଚିନ୍ତା ଚେତନାକୁ ସଦା-ସର୍ବଦା ଆଚ୍ଛାଦିତ କରି ରଖିଥିଲା, ମୁଖ୍ୟତଃ ଦୁଇଟି ପ୍ରସଙ୍ଗ – ଓଡ଼ିଶା ଓ ଓଡ଼ିଆ। ସ୍ବାଭିମାନୀ ପୁରୁଷ ମଧୁବାବୁଙ୍କ ତ୍ୟାଗ, ସେବା, ପରୋପକାର ଓ ଦେଶପ୍ରେମ ଯୁଗ ଯୁଗ ପାଇଁ ଓଡ଼ିଆ ଜାତିକୁ ପ୍ରେରଣା ଯୋଗାଉଥିବ।ମଧୁବାବୁଙ୍କ ସବୁବେଳେ ଚନ୍ତା ଧାରା ଥିଲା ନିଜ ପାଇଁ ସ୍ବପ୍ନ ଦେଖିଲେ, ଜାତି ପାଇଁ ସ୍ବପ୍ନ ଦେଖିବ, । ଓଡ଼ିଆ ଜନମାନସରେ ସେ ମଧୁବାବୁ ବା ମଧୁ ବାରିଷ୍ଟର ଭାବେ ପରିଚିତ।
୧୮୪୮ ମସିହା ଆଜିର ଦିନରେ ମଧୁବାବୁ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଏବଂ ମାତାଙ୍କ ନାମ ପାର୍ବତୀ ଦେବୀ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ତାଙ୍କ ଭିତରେ ଥିବା ମହାନ୍ ଗୁଣମାନ ବାସି ଉଠିଥିଲା। ସେ ଗାଁ ଚାହାଳିରୁ ପାଠପଢ଼ା ସାରି ହାଇସ୍କୁଲ ପାଠ ପଢ଼ିବା ପାଇଁ କଟକ ଆସିଥିଲେ। ଗଭର୍ଣ୍ଣମେଣ୍ଟ ଜିଲ୍ଲା ସ୍କୁଲରେ ସେ ନିଜର ହାଇସ୍କୁଲ ଶିକ୍ଷା ସାରି ଏମ୍ଏ ଏବଂ ଓକିଲାତି ପାସ୍ କରିବା ପରେ କଲିକତାରେ ଓକିଲାତି ଆରମ୍ଭ କରିଥିଲେ। କଲିକତାରୁ ଆସି କଟକରେ ଓକିଲାତି କରିବା ପରେ ଲୋକେ ତାଙ୍କୁ ମଧୁ ବାରିଷ୍ଟର୍ ବୋଲି ସମ୍ବୋଧନ କଲେ। ସେ ଉତ୍କଳ ଟାନେରୀ ଓ ଓଡ଼ିଶା ତାରକସି ନାମକ ଦୁଇଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ମଧୁବାବୁ ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସାରା ଜୀବନ ସେ ସଂଗ୍ରାମ କରିଥିଲେ। ତାଙ୍କରି ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷାଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା। କିନ୍ତୁ ତାଙ୍କ ସ୍ବପ୍ନ ସାକାର ହେବା ପୂର୍ବରୁ ସେ ପରଲୋକଗମନ କରିଥିଲେ। ମଧୁବାବୁ ଥିଲେ ଖୁବ୍ ସ୍ବାଭିମାନୀ। ଓଡ଼ିଆକୁ ନେଇ ସେ ଖୁବ୍ ଗର୍ବ ଅନୁଭବ କରୁଥିଲେ। ଜଣେ ଲେଖକ ଓ କବି ଭାବରେ ମଧ୍ୟ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି । ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି ‘ଉତ୍କଳ ସନ୍ତାନ’, ‘ଜାତି ଇତିହାସ’, ‘ଜ୍ଞାନୀର ଉକ୍ତି’, ‘ଜାତୀୟ ଗୀତିକା’ । ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ଏହି ମହାପୁରୁଷଙ୍କର ପରଲୋକ ଘଟିଥିଲା। ସେ ତାଙ୍କର ଜୀବଦ୍ଦଶାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ବହୁବାର ଉଦ୍ବୋଧନ ଦେଇ ସ୍ବାଭିମାନର ସହ ବଞ୍ଚିବାକୁ ପରାମର୍ଶ ଦେଉଥିଲେ। କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଉକ୍ତିରେ ମଧୁସୂଦନ ଯଥାର୍ଥରେ ଶତାବ୍ଦୀର ସୂର୍ୟ୍ୟ।

Related posts

କଟକ ମହାନଗର ନିଗମ ଓ ମେୟର ସୁବାଷ ସିଂ ଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ମୁକାବିଲା ବୈଠକ ଅନୁଷ୍ଠିତ

mahabharatanews

କାହିଁକି ଆଜି ପର୍ଯ୍ୟନ୍ତ ନୂଆ ବଜେଟ୍ ଖର୍ଚ୍ଚ ହୋଇ ନାହିଁ ? ଉତ୍ତର ଦେଲେ ଆଇନ ମନ୍ତ୍ରୀ

mahabharatanews

ଓପିଏସସିର ପରୀକ୍ଷାରେ ସ୍ୱଚ୍ଛତା ଆଣିବି: ଆଇପିଏସ ସତ୍ୟଜିତ ମହାନ୍ତି

mahabharatanews