ଓଡିଶାଦୁର୍ଘଟଣା

କେନାକୁ ଗାଧୋଇବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ

ତାଳଚେର /ସୁଧାକର  ସାହୁ : କେନାଲରେ ବୁଡି ବୃଦ୍ଧଙ୍କ ମୁତ୍ୟୁ ö ତାଳଚେର ବ୍ଲକ୍ ଧରମପୁର ଗ୍ରାମର ଟଙ୍କଧର ନାଏକଙ୍କ କେନାଲରେ ବୁଡି ମୁତ୍ୟୁ ହୋଇଛି। ସୂଚନା ଅନୁସାରେ ସେ ଘରୁ ସ୍ନାନ କରିବା ପାଈଁ କେନାଲକୁ ଯାଇଥିବା ବେଳେ କେନାଲ ରେ ବୁଡି ତାଙ୍କର ମୃତ୍ୟୁ ହୋଇଛି। ଆଜିର ସୂର୍ଯ୍ୟତାପ ଅଧିକ କାରଣରୁ ପ୍ରଖର ଖରାରେ ଯାଇଥିବା ବେଳେ ମୁଣ୍ଡ ବୁଲାଇ ପାଣି ରେ ବୁଡି ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ କେନାଲ ମଧ୍ୟରେ ତାଙ୍କ ମୃତ ଶବ ଭାସୁଥିବା ଦେଖିବାକୁ ପାଇଛନ୍ତି। ତେବେ ବର୍ତମାନ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଲୋକମାନେ ଉପସ୍ଥିତ ଅଛନ୍ତି।

Related posts

ମେ ୩୧ ପର୍ଯ୍ୟନ୍ତ ଚାଲିବ ସ୍କୁଲ ନାମଲେଖା

mahabharatanews

ଆସନ୍ତାକାଲି ଗଡିବ ବସ, ବନ୍ଦ ହେବନି ସେବା 

mahabharatanews

ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା

mahabharatanews