ଭାରତ

ଅଳ୍ପକେ ବର୍ତ୍ତିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବ କୁମାର

 

ଅଳ୍ପକେ ବର୍ତ୍ତିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବ କୁମାର । ହେଲିକପ୍ଟର ଯୋଗେ ଯାତ୍ରା କରୁଥିବା ସମୟରେ ମଝି ଆକରଣରେ ଏକ ବଡ ଚିଲ ଆସି ତାଙ୍କ ହେଲିକପ୍ଟରେ ମାଡ ହୋଇଥିଲା । ଫଳରେ ହେଲିକପ୍ଟରର ଆଗ କାଚର ବଡ ଅଂଶ ଭାଙ୍ଗି ଯାଇଥିଲା । ତେଣୁ ଜରୁରୀ ଅବତରଣ କରିଥିଲା ହେଲିକପ୍ଟର । କଂଗ୍ରେସ ନେତା ହେଲିକପ୍ଟର ଯୋଗେ ଜାକକୁରୁ ଯାତ୍ରା ଆରମ୍ଭ କରିଥିଲେ । ସେ କୋଲାର ଜିଲ୍ଲାର ମୁଲବାଗିଲୁରେ ଏକ ଜନସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଥିଲା । ଫଳରେ ପାଇଲଟ ବେଙ୍ଗାଲୁରର ହାଲ ବିମାନବନ୍ଦରରେ ଜରୁରି କାଳିନ ଅବତରଣ କରିଥିଲେ । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା କୁହାଯାଉଛି । ସେହି ହେଲିକପ୍ଟରରେ କଂଗ୍ରେସ ନେତା ଶିବକୁମାର ଓ ପାଇଲଟ ସମେତ ଜଣେ ସାମ୍ବାଦିକ ବି ରହିଥିବା ସୂଚନା ରହିଛି । ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଏବେ ପ୍ରଚାର ଚାଲିଥିବା ବେଳେ କଂଗ୍ରେସ ନେତା ପ୍ରଚାର ପାଇଁ ଯାଉଥିବା ସୂଚନା ରହିଛି ।

Related posts

 ଆର୍ମି ଟ୍ରକ୍ ଉପରେ ଆକ୍ରମଣ, ୩ ଯବାନ ସହିଦ୍ 

mahabharatanews

ସିଏସକେ କ୍ୟାପଟେନ୍ସି ଛାଡ଼ିଲେ ଧୋନି, ଜାଡେଜା ସମ୍ଭାଳିବେ ଦଳର କମାଣ୍ଡ

mahabharatanews

ପ୍ରବଳ ବର୍ଷା ;ଶିମ୍‌ଲା-ଚଣ୍ଡୀଗଡ଼ ସଡ଼କ ବନ୍ଦ

mahabharatanews