ଓଡିଶା

କାଳବୈଶାଖୀ ପ୍ରଭାବ : ୭ରୁ ଅଶାନ୍ତ ରହିବ ସମୁଦ୍ର 

(ଭୁବନେଶ୍ୱର) : ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ । ଏହା କେଉଁ ଉପକୂଳକୁ ଗତି କରିବ ତାହା ସ୍ୱଷ୍ଟ ହୋଇନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେହିଁ ଆକାଳନ ହେବ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ।

 ସୂଚନାନୁଯାୟୀ, ଏଥିପାଇଁ ୭ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଓଡ଼ିଶାର ପାଣିପାଗକୁ ଦେଖିଲେ ଆଜି ଠାରୁ ୫ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ୪ ତାରିଖ ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ।

Related posts

ମଧ୍ୟାହ୍ନରେ ବ୍ଲକ ଅଫିସରେ ଝୁଲୁଛି ତାଲା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

mahabharatanews

ୱାର୍ଡ ମେମ୍ବରଙ୍କ ସହ ଧାରଣା ଦେଲେ ସରପଞ୍ଚ

mahabharatanews

କଟକର ୧୯ଟି ରୁଟକୁ ନୋ ପାର୍କିଂ ଘୋଷଣା

mahabharatanews