ଓଡିଶା

ବିଜେପିରେ ଯୋଗଦାନ ଖବର କପୋଳକଳ୍ପିତ: କଂଗ୍ରେସ ନେତା ସୁଦର୍ଶନ ଦାସ

(ଅଜିତ କୁମାର ସାହୁ/ଜଳେଶ୍ୱର): କଂଗ୍ରେସର ବରିଷ୍ଠ ନେତା ସୁଦର୍ଶନ ଦାସଙ୍କ ବିଜେପିରେ ଯୋଗ ଦାନ ଖବର କପୋଳ କଳ୍ପିତ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ସୂଚନା ଦେଇଛନ୍ତି । ସେ ଆଦର୍ଶଗତ ବିଚାରଧାରାକୁ ନେଇ ରାଜନୀତିକୁ ଆସିଛନ୍ତି । ଆଜି ସେ କଂଗ୍ରେସ ସହ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ ବୋଲି କହିଛନ୍ତି । ବିଜେପି ଏକଛତ୍ରବାଦ ଏବଂ କେନ୍ଦ୍ରୀଭୁତ ରାଜନୀତିରେ ବିଶ୍ୱାସ କରେ । ନିଜ ନିଜ ରାଜନୈତିକ ବିଚାରଧାରାକୁ ନେଇ ଏହି ୨ଟି ଦଳ ଉତ୍ତର ଓ ଦକ୍ଷିଣ ମେରୁ ସଦୃଶ । ଏଣୁ ସେ ବିଜେପିରେ ଯୋଗ ଦେଇ ନିଜର ଆଦର୍ଶଗତ ମୂଲ୍ୟବୋଧକୁ ଜଳାଞ୍ଜଳି ଦେବେ ନାହିଁ ବୋଲି କହିଛନ୍ତି । ସୂଚନାଯେ।।ଗ୍ୟ, କିଛି ଦିନ ତଳେ ଜଳେଶ୍ୱରରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସହ ତାଙ୍କର ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା । ଏହି ସମୟରେ ସେ କିଛି ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଦୁଇ ଦଳର ନେତାଙ୍କ ଏଭଳି ସୌଜନ୍ୟମୂଳକ ସାକ୍ଷାତକାରକୁ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସେ ବିଜେପିରେ ଯୋଗ ଦେଉଥିବା ଖବର ପ୍ରକାଶ ପାଇଥିଲା । ଏଣୁ ଏହି ଖବରକୁ କଂଗ୍ରେସ ନେତା ସୁଦର୍ଶନ ମନଗଢା ବା କପୋଳକଳ୍ପିତ ବୋଲି କହିବା ସହ ଏଭଳି ଖବର ପ୍ରକାଶନକୁ ନେଇ ସେ ଗଭୀର ମର୍ମାହତ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ସମ୍ମିଳନୀରେ ଜଳେଶ୍ୱର ଯୁବ କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସ, ପୂର୍ବତନ କାଉନସିଲର ଜଗଦିଶ ନନ୍ଦି, ପୂର୍ବତନ ସରପଞ୍ଚ ହେମନ୍ତ ଗିରି ପ୍ରମୁଖ ଯୋଗ ଦେଇଥିଲେ ।

Related posts

ହୀରାକୁଦର ୧୪ଟି ଗେଟ ଖୋଲା, ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା 

mahabharatanews

ମହିଳାଙ୍କ ତୁଳନାରେ ପୁରୁଷ କୋରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି

mahabharatanews

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର

mahabharatanews