ମନୋରଞ୍ଜନ

ଫିଲ୍ମ ‘ ଜୱାନ’ : ବଦଳିଲା ରିଲିଜ ତାରିଖ

(ମୁମ୍ବାଇ) :  କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’ର ସଫଳତା ପରେ ଏବେ ସାମ୍ନାକୁ ଆସୁଛି ଫିଲ୍ମ ‘ ଜୱାନ’ । ଯାହାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । କିନ୍ତୁ ଫିଲ୍ମର ରିଲିଜ୍ ତାରିଖ ବାରମ୍ବାର ପରିବର୍ତ୍ତନ କରାଯାଉଥିବାରୁ ସମସ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି  । ବର୍ତ୍ତମାନ ଏହି ଫିଲ୍ମର ରିଲିଜ ତାରିଖ ସଂପର୍କରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଲୋଚନା ଆରମ୍ଭ ହୋଇଯାଇଛି ।

ସୂଚନାନୁଯାୟୀ ,   ୨ ଜୁନ୍ ୨୦୨୩ରେ ପ୍ରେକ୍ଷାଳୟରେ କିଙ୍ଗ୍ ଖାନଙ୍କ ଏହି ଫିଲ୍ମ ରିଲିଜ୍ କରିବା ପାଇଁ ନିଶ୍ଚିନ୍ତ କରିଥିଲେ   ହେଲେ ବିଭିନ୍ନ କାରଣରୁ ସିନେମାର ରିଲିଜ୍ ତାରିଖକୁ ବର୍ତ୍ତମାନ ବଦଳାଯାଇଛି ।  ଫିଲ୍ମଟି ବର୍ତ୍ତମାନ ୨ ଜୁନ୍ ୨୦୨୩ ପରିବର୍ତ୍ତେ ୨୯ ଜୁନ୍ ୨୦୨୩ରେ ରିଲିଜ ହେବାର ସମ୍ଭାବନା ରହିଛି ।

 ନିର୍ମାତାଙ୍କ କହିବାନୁସାରେ, ଏହି ଚଳଚ୍ଚିତ୍ର ଜରିଆରେ ଶାହରୁଖ ପାନ-ଇଣ୍ଡିଆ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ଏବଂ ତାଙ୍କୁ ପ୍ରଥମ ଥର ପାଇଁ ଦକ୍ଷିଣର ପ୍ରସିଦ୍ଧ ଅଭିନେତା ବିଜୟ ସେଥୁପଥିଙ୍କ ସହିତ ବଡ ପରଦାରେ ଦେଖିବା ପାଇଁ ମିଳିବ ।

Related posts

ସାପ ବିଷ ଚୋରା ମାମଲା;  ଏଲଭିଶ୍ ଯାଦବଙ୍କୁ ଜାମିନ

mahabharatanews

ସାମ୍ନାକୁ ଆସିଲା  ଧୋନିଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ଏଲ୍‌‌ଜିଏମ୍‌’

mahabharatanews

“ଭାରତ ଆସିଲେ ରାକ୍ଷୀ ୨ ଘଣ୍ଟା ଭିତରେ ଗିରଫ ହେବେ” : ଆଦିଲ   

mahabharatanews