ଓଡିଶା

ବ୍ରହ୍ମପୁର-ଜୟପୁର ନିର୍ମାଣ ହେବ ଟନେଲ୍ ,କମିବ ଦୂରତା

(ଭୁବନେଶ୍ୱର) :  ତିନି ବର୍ଷରେ ଶେଷ ହେବ ବ୍ରହ୍ମପୁରରୁ ଜୟପୁର ବିଜୁ ଏକ୍ସପ୍ରେସ ୱେ-୨ କାମ । ୩୦୫କିମି ସଡକରେ ପାହାଡ ଖୋଳାଯାଇ ନିର୍ମାଣ ହେବ ଟନେଲ୍ । ୩ ଘଣ୍ଟା କମିବ ଯିବ ବ୍ରହ୍ମପୁରରୁ ଜୟପୁର ଦୂରତା ।

 

ସୂଚନାନୁଯାୟୀ, ବିଜୁ ଏକ୍ସପ୍ରେସ ୱେ -୧ ର ନିର୍ମାଣ କାମ ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ଏହା ଖୁବ୍ ଗରୁତ୍ୱ ବହନ କରେ । ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ ।

Related posts

ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କା

mahabharatanews

ଖଣ୍ଡଗିରି ପାଇଁ ଟ୍ରାଫିକ ଆଡଭାଇଜରି ଜାରି

mahabharatanews

କରୋନା କଟକଣା ଭିତରେ ପାଳିତ ହେବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ

mahabharatanews