ଓଡିଶା

ବ୍ଳକ ସ୍ତରୀୟ ମିଶନଶକ୍ତି ଋଣ ମେଳା ଅନୁଷ୍ଠିତ

ଗଞ୍ଜାମ : ମିଶନ ଶକ୍ତି ଋଣ ମେଳା ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବ। ମିଶନ ଶକ୍ତି ମା’ ମାନେ ଏବେ ଭଲ ବ୍ୟବସାୟ କରିବା ସହିତ ଅନ୍ୟମାନଙ୍କୁ ନିଯୁକ୍ତିବି ପ୍ରଦାନ କରୁଛନ୍ତି । ଏଣୁ ମହିଳା ମାନେ ସଶକ୍ତ ହେଲେ ହିଁ ରାଜ୍ୟର ପ୍ରଗତି ହୋଇପାରିବ। ଆଉ ହିଞ୍ଜିଳିକାଟୁର ମିଶନ ଶକ୍ତି ଗୋଷ୍ଠୀ ମାନେ ବର୍ତ୍ତମାନ ଏହାର ନେତୃତ୍ୱ ନେଉଛନ୍ତି । ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ଠାରେ ଅୟୋଜିତ ବ୍ଳକ ସ୍ତରୀୟ ମିଶନଶକ୍ତି ଋଣମେଳା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହା କହିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଜିଲା ପ୍ରଶାସନ ତରଫରୁ ଅୟୋଜିତ ଏହି କାର୍ୟ୍ୟକ୍ରମରେ ଜିଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ, ହିଞ୍ଜିଳି ବିଧାୟକଙ୍କ ଜିଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଗୃହନିର୍ମାଣ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ଼ି. ବିଶ୍ୱନାଥ, କୃଷି ବିପଣନ ପରିଷଦ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଅଧ୍ୟକ୍ଷ ପବିତ୍ରମୋହନ ପାଣିଗ୍ରାହୀ, ଜିଲା ଯୋଜନା କମିଟି ବିଶେଷଜ୍ଞ ସଦସ୍ୟ ଏନ. ରଘୁନାଥ, ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ନଗର ବିଜେଡି ସଭାପତି ଭୀମସେନ ବେହେରା, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ଓ ଜିଲା ପରିଷଦ ସଭ୍ୟ ମାନେ ଅତିଥି ରୂପେ ଯୋଗ ଦେଇଥିଲେ ।

ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳର ୪୦୫ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୭.୭୮ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। ପାଞ୍ଚ ଗୋଟି ମହିଳା ଗୋଷ୍ଠୀଙ୍କୁ ହଜାରେ ଖଣ୍ଡ କୁକୁଡ଼ା ଛୁଆ ଥିବା ୟୁନିଟ କରିବା ପାଇଁ ନିର୍ଦେଶପତ୍ର ଓ ମେକ ଇନ ଓଡ଼ିଶା ଉପକ୍ରମରେ ପେପର ବ୍ୟାଗ ପ୍ରସ୍ତୁତି କରଖାନ କରୁଥିବା ମହିଳା ଉଦ୍ୟୋଗୀ ସ୍ମୃତି ସାହୁଙ୍କୁ ମଞ୍ଜୁରି ପତ୍ର ପ୍ରଦାନ କରାଯାଇଥିଲା। ମିଶନ ଶକ୍ତି ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଷ୍ଟଲ,ମନରେଗା ଷ୍ଟଲ, ପ୍ରାଣୀଧନ ଷ୍ଟଲ ଓ କୃଷି ବିଭାଗ ଷ୍ଟଲ ହୋଇଥିଲା । ବ୍ଳକ ପ୍ରଶାସନ ତରଫରୁ ବିଜୁ ପକ୍କା ଘର, ଘରୋଇ ଟ୍ୟାପ ପାଣି ସଂଯୋଗ, ଛାତ ଉପର ବର୍ଷା ଜଳ ସଂରକ୍ଷଣ ପ୍ରଣାଳୀ, ଦୂଷିତ ଜଳ ଶୋଷକ ଖାତ, କମ୍ପୋଷ୍ଟ ଖାତ, ମୋ ଉପକାରୀ ବଗିଚା, ଓ ଯୋଡ଼ା ଖାତ ଶୌଚାଳୟର ନମୁନା ପ୍ରଦର୍ଶିତ କରାଯାଇଥିଲା ।

Related posts

ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ଶାଢ଼ୀ ସେଣ୍ଟର ସିଲ୍ କରିବାକୁ ଯାଇ ଦୋକନରେ ଅଟକ ରହିଲେ ବିଏମସି ଅଧୀକାରୀ

mahabharatanews

କରୋନା ଯୁଦ୍ଧରେ ୯୫ ବର୍ଷୀୟ ବୃଦ୍ଧଙ୍କ ବିଜୟ

mahabharatanews