ଓଡିଶା

ଆଜି ଉପକୂଳ ଅତିକ୍ରମ କରିବ ବାତ୍ୟା ‘ମୋକା’ 

(ଦିଲ୍ଲୀ) : ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଆଜି ମଧ୍ୟାହ୍ନ ବେଳକୁ ଅତି ଉଗ୍ର ସାମୁଦ୍ରିକ ବାତ୍ୟା ରୂପେ ‘ମୋକା’ କକ୍ସବଜାର ଓ ସିତ୍ତ୍ବେ ପାଖ ଦେଇ କ୍ୟାୟୁକପ୍ୟୁ ବାଟେ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍‌ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

  ସ୍ଥଳଭାଗରୁ ହିସାବ କଲେ ସାମୁଦ୍ରିକ ବାତ୍ୟା ‘ମୋକା’ ଏବେ ପୋର୍ଟ ବ୍ଲେୟାର୍‌ର ଉତ୍ତର-ଉତ୍ତରପଶ୍ଚିମରୁ ପ୍ରାୟ ୭୯୦ କିଲୋମିଟର୍‌, କକ୍ସ୍‌ ବଜାରର (ବାଂଲାଦେଶ) ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୩୦୦ କିଲୋମିଟର୍‌ ଏବଂ ସିତ୍ତ୍ବେର (ମିଆଁମାର୍‌) ଦକ୍ଷିଣପଶ୍ଚିମରୁ ୨୧୦ କିଲୋମିଟର୍‌ ଦୂରରେ ରହିଛି। ଏହି ସମୟରେ ଘଣ୍ଟାପ୍ରତି ୨୧୦ କିଲୋମିଟର୍‌ ଦଲକା ସହିତ ଘଣ୍ଟାକୁ ୧୮୦ରୁ ୧୯୦ କିଲୋମିଟର୍‌ ବେଗରେ ବତାସ ପ୍ରବାହିତ ହେବ।

Related posts

ଓଡିଶା ପହଞ୍ଚିଲା ଚିକୁନ

mahabharatanews

କଲେରା ଝାଡାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ

mahabharatanews

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ଦେହାନ୍ତ

mahabharatanews