ଓଡିଶା

କାରାଗାରରେ କଏଦୀ ମୃତ ଦେହ ଠାବ   

(ସମ୍ବଲପୁର) : କଏଦୀ କଲା ଆତ୍ମହତ୍ୟା । ସମ୍ବଲପୁର ସର୍କଲ ଜେଲରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଜଣେ କଏଦୀ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାନୁଯାୟୀ , ମୃତକ ହେଲେ ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ(୩୫)  । ସେ ଗତକାଲି ଏକ ପାରିବାରିକ କଳହ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ଜେଲକୁ ଆସିଥିଲେ। ଆଜି ‌ବଡ଼ି ଭୋରୁ ସେ ପ୍ରାଣ ହରାଇଥିବା ଜଣାଯାଇଛି।

Related posts

୩୧ ପର୍ୟ୍ୟନ୍ତ ସବୁ ସରକାରୀ ଅଫିସକୁ ଜନସାଧାରଣଙ୍କୁ ମନା: ଜିଲ୍ଲାପାଳ

mahabharatanews

ରାଜ୍ୟରେ ଆଜି ୪୮୨ ଜଣ ସଂକ୍ରମିତ ଚିହ୍ନଟ

mahabharatanews

ରାଜ୍ୟରେ କରୋନା  ସଂକ୍ରମଣ ବଢିଛି ;  ୨୬୦ ଜଣ କରୋନା  ପଜିଟିଭ ଚିହ୍ନଟ

mahabharatanews