ଭାରତ

କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ:ରବିବାର କର୍ଣ୍ଣାଟକର ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ପ୍ରବୀଣ ସୁଦଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ପରବର୍ତ୍ତୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ୨ ବର୍ଷ ପାଇଁ କାର୍ୟ୍ୟଭାର ସମ୍ଭାଳିବେ ପ୍ରବୀଣ ସୁଦ୍ । ପାଇଁ ମେ ୨୫ ରେ ସୁବୋଧ କୁମାର ଜୈସୱାଲ ତାଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ସେ ଦାୟିତ୍ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉଚ୍ଚ କ୍ଷମତା ସମ୍ପନ୍ନ ଚୟନ କମିଟି କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦଙ୍କୁ ଦୁଇ ବର୍ଷ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି। ରାଜ୍ୟ କ୍ୟାଡରର ୧୯୮୬-ବ୍ୟାଚ୍ ଆଇପିଏସ୍ ଅଧିକାରୀ ପ୍ରବୀଣ ସୁଦ ଜାନୁଆରୀ ୨୦୨୦ ରେ କର୍ଣ୍ଣାଟକ ଡିଜିପି ଭାବରେ ନିଯୁକ୍ତ ହୋଇଥିଲେ । କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ଆସିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ ଡି କେ ଶିବକୁମାର । ଯିଏ କି ଏବେ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ବିଜେପିର ଏଜେଟଂ ଭାବେ ପ୍ରବୀଣ କାମ କରୁଥିବା ଅଭିଯୋଗ ଆଣିଛନ୍ତି ଶିବକୁମାର । ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ପ୍ରବୀଣ ସୁଦଙ୍କ ସମେତ ମଧ୍ୟପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ସୁଧୀର ସକ୍ସେନା ଏବଂ ତାଜ୍ ହାସନ ରହିଥିଲେ । ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈସ୍ବାଲଙ୍କ କାର୍ୟ୍ୟକାଳ ଚଳିତମାସ ୨୫ ତାରିଖରେ ଶେଷ ହେବ । ଏହା ପରେ ସୁଦ୍ ଏହି ପଦବୀରେ ବସିବେ ।
ପ୍ରବୀଣ ସୁଦ ୧୯୬୪ ମସିହାରେ ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଏବଂ ଦିଲ୍ଲୀର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ଡିଗ୍ରୀ ହାସଲ କରିଥିଲେ। ସେ ୧୯୮୬ ରେ ଆଇପିଏସ୍ କିମ୍ବା ଭାରତୀୟ ପୋଲିସ୍ ସେବାରେ ଯୋଗ ଦେଇଥିଲେ ଏବଂ ତାଙ୍କର ପ୍ରଥମ ପୋଷ୍ଟିଂ ୧୯୮୯ ରେ ମାଇସୋରରେ ଥିଲା। ୨୦୦୪ ରୁ ୨୦୦୭ ମଧ୍ୟରେ ସେ କର୍ଣ୍ଣାଟକ ସହରକୁ ଫେରିଥିଲେ। ୨୦୦୮ ରୁ ୨୦୧୧ ପର୍ୟ୍ୟନ୍ତ ସୋଡ୍ ଅତିରିକ୍ତ ପୋଲିସ କମିଶନର ଥିଲେ ( ଟ୍ରାଫିକ୍) ବେଙ୍ଗାଲୁରୁ ପାଇଁ ।

Related posts

ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର

mahabharatanews

ଶାହଙ୍କ ଘରେ ଜରୁରୀ ବୈଠକ

mahabharatanews

ବଢ଼ିଲା ଦିଲ୍ଲୀ ଓ ପଞ୍ଜାବ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା  

mahabharatanews