ଓଡିଶା

ମୋଟରସାଇକେଲରୁ ଖସି ପଡ଼ି ମହିଳା ଗୁରୁତର

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା କେନାଲ ରାସ୍ତା ପାହାଡ଼ ପୁର ଠାରେ ବାଇକ୍ ଦୁର୍ଘଟଣା ହୋଇଛି । ସୂଚନା ମୁତାବକ ଶୁଲିଆ ପଦା ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ରାଜକୁମାର ସି ଓ ସ୍ତ୍ରୀ-ଲକ୍ଷ୍ମୀ ସି ବାଇକ୍ ଯୋଗେ ଯାଉଥିବା ବେଳେ ସାରସକଣା ସ୍ଥିତ ପାହାଡ଼ପୁର ସୁବର୍ଣ୍ଣରେଖା କେନାଲ ରାସ୍ତାରେ ଯାଉଥିବା ବେଳେ କୌଣସି କାରଣ ବଶତଃ ବାଇକ ପଛରେ ବସିଥିବା ସ୍ତ୍ରୀ ଲକ୍ଷ୍ମୀ ସି ତଳେ ପୋଡି ଯିବାରୁ ମୁଣ୍ଡରେ ଗଭୀର ଆଗାତ ଲାଗିଥିଲା । ତେବେ ସ୍ଥାନୀୟ ଲୋକ ମାନେ ଦେଖି ସାରସକଣା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତର ମହିଳାଙ୍କୁ ଶୀର୍ଷା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Related posts

୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

mahabharatanews

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ବଢିଲା ଡ୍ୟୁଟି ଭତ୍ତା

mahabharatanews

କରୋନା ଯୋଦ୍ଧାଙ୍କୁ ମାସ୍କ ବଣ୍ଟନ

mahabharatanews