ଓଡିଶା

ଆଉ ମାତ୍ର ଦୁଇ ଦିନ,ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

(ପୁରୀ) : ଆଉ ମାତ୍ର ଦୁଇ ଦିନ । ତାପରେ ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ ଓ ହାୱଡା ମଧ୍ୟରେ ଚଳାଚଳ କରିବ । ଆସନ୍ତା ୧୮ ରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏଥିଲାଗି ପୁରୀ ରେଳ ଷ୍ଟେସନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।

ସୂଚନାନୁଯାୟୀ ,ଷ୍ଟେସନ୍‌କୁ ସଜା ଯାଉଛି । ରେଳ ଟ୍ରାକକୁ ରଙ୍ଗ କରାଯାଉଛି ।ପ୍ରତିଦିନ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୨୫ରେ ପୁରୀରେ ପହଞ୍ଚିବ। ଗତ ଏପ୍ରିଲ ୨୮ ଓ ମେ’ ୭ ତାରିଖରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି ।

Related posts

୧୭ ପରେ ଆସିପାରେ ଶୀତ

mahabharatanews

ଆଖି ବୁଜିଲା ହଳଦିଆ ଆନାକୋଣ୍ଡା

mahabharatanews

୨୫ରେ ରାଜ୍ୟ ବଜେଟ୍

mahabharatanews