ଓଡିଶା

୨୨ରୁ ହାଇକୋର୍ଟରେ ଗ୍ରୀଷ୍ମ ଛୁଟି

(କଟକ) : ମେ ୨୨ ତାରିଖରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଛୁଟି ଆରମ୍ଭ । ମେ ୨୨ରୁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ୍ ୨୧ ତାରିଖରେ କୋର୍ଟ ଖୋଲିବ।

ସୂଚନାନୁଯାୟୀ , ଅବକାଶ ସମୟରେ ମେ ୨୩, ୨୫, ୩୦, ଜୁନ୍ ୧, ୬, ୮, ୧୨ ଓ ୧୩ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ‌ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସମସ୍ତ ଜରୁରି ମାମଲା ଯେଉଁଗୁଡିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ, ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ। ଜରୁରୀ ମାମଲାଗୁଡିକ ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ ବୋଲି ପ୍ରକା‌ଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Related posts

୫ ବାଲି ବୋଝେଇ ଟ୍ରାକ୍ଟରରୁ ୧ଲକ୍ଷ ଟଙ୍କା ଜରିମାନା

mahabharatanews

ବଢ଼ିବନି ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ୍‌ ପେମେଣ୍ଟରେ ମିଳିବ ଗ୍ରାହକଙ୍କୁ ରିହାତି

mahabharatanews

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସଫେଇ

mahabharatanews