ଓଡିଶା

କରୋନା ଯୋଦ୍ଧାଙ୍କୁ ମାଡ଼

(ଜୟନ୍ତ ସେଠି/ ଗୋପ): ବିଶ୍ବ ମହାମାରୀ କରୋନା ସଂପର୍କରେ ସଚେତନତା କରିବାକୁ ଯାଇ ଖଡ଼ିକା ମୁଠାରେ ମାଡ଼ ଖାଇଲେ ଆସା କର୍ମୀ ମୈସୁମୀ ମଲ୍ଲିକ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ତରକୋର ପଞ୍ଚାୟତରେ। ତରକୋର ଗ୍ରାମରେ ଜଣେ କର୍ତ୍ତବ୍ୟ ନିଷ୍ଠ ଆସା କର୍ମୀଙ୍କୁ ମାଡ଼ ମାରିବା ଘଟଣା ସରକାରଙ୍କ ର ସବୁ ନିୟମ କୁ ଫିକା କରିଦେଇଛି । ସେପଟେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ମିଳିବା ଅପେକ୍ଷା ମିଳିଛି ଆସ୍ଵାସନା, ତଥାପି ନିଜ କର୍ତ୍ତବ୍ୟ ଠାରୁ ଦୁରେଇ ନାହାଁନ୍ତି ମୈସୁମୀ । ଏ ଘଟଣା କୁ ଦ୍ରୁଢ ନିନ୍ଦା କରିବା ସହିତ କଦାପି ବରଦାସ୍ତ କରାଯିବ ନାହିଁ ଏବଂ ସେ ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି।

ଥିବା ବେଳେ ଏଭଳି ଘଡ଼ି ସନ୍ଧି ମୁହୁର୍ତ୍ତ ରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଘଟଣା କୁ ସହଜରେ ହଜମ କରିପାରୁ ନାହାଁନ୍ତି ଗ୍ରାମବାସୀ। ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

Related posts

ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ,

mahabharatanews

ପୁଲୱାମା ଆକ୍ରମଣର ପ୍ରଥମ ଶ୍ରାଦ୍ଧବାର୍ଷିକରେ କ୍ୟାଣ୍ଡଲ ଶୋଭାଯାତ୍ରା

mahabharatanews

ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ସୂଚନା ଜାରି

mahabharatanews