ଓଡିଶା

ରଥଯାତ୍ରା : ଆଉ ମାତ୍ର ୨୭ ଦିନ

(ପୁରୀ) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ ।  ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛିJ । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି।  ଶେଷ ହୋଇଛି ତିନିରଥର ଚକ ଏବଂ ଅଖ ନିର୍ମାଣ କାର୍ଯ୍ୟ ।

ସୂଚନାନୁଯାୟୀ , ତାଳଧ୍ୱଜ ରଥର ମୋଟ୍ ୧୪ ଗୋଟି ଚକ ଏବଂ ୭ଗୋଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥର ୧୪ ନାହାକା ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୮ଟି ୨୦ ଫୁଟିଆ ଧଉରା ଫାଳି କାଠ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଥିଲେ । ଦୁଇଟି ଆଠ କୋଣି ୧୪ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଉ ୬ ଟିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Related posts

ସାର ପରିବହନ ପାଇଁ ଟ୍ରକ ମାଲିକ ସଂଘ ଓ କମ୍ପାନୀ ମଧ୍ୟରେ ତେଜୁଛି ବିବାଦ

mahabharatanews

କୀଟନାଶକ ଗନ୍ଧରେ ୩ ଶିଶୁଙ୍କ ମୃତ୍ୟୁ

mahabharatanews

ଶ୍ରୀମନ୍ଦିରରେ ଠେଲାପେଲା , ବହୁ ସଂଖ୍ୟାରେ ହବିଷ୍ୟାଳୀ ଆହତ

mahabharatanews