ମନୋରଞ୍ଜନ

ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଦି କେରଳ ଷ୍ଟୋରି’ ନିର୍ଦ୍ଦେଶକ

(ମୁମ୍ବାଇ) : ହଠାତ୍ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ  ‘ଦି କେରଳ ଷ୍ଟୋରି’ର ନିର୍ଦ୍ଦେଶକ ସୁଦୀପ୍ତ ସେନ୍ ।ସୁଦୀପ୍ତ ସେନ୍ ସେନ୍ ଅସୁସ୍ଥ ହେବାର କାରଣ ସ୍ୱଷ୍ଟ ହୋଇଯାଇଛି ।

ସୂଚନାନୁଯାୟୀ, ‘ଦି କେରଳ ଷ୍ଟୋରି’ର ନିର୍ଦ୍ଦେଶକ ସୁଦୀପ୍ତ ସେନ୍ ଗତ କିଛି ଦିନ ହେବ ତାଙ୍କ ଚଳଚ୍ଚିତ୍ରର ପ୍ରଚାର କରୁଛନ୍ତି। ସେ ଏଥିଲାଗି ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି। ତେବେ ଅତ୍ୟଧିକ ଭ୍ରମଣ ଏବଂ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେତୁ ସୁଦୀପ୍ତ ସେନ୍ ଅସୁସ୍ଥ ହୋଇପଡ଼ିଥିଲେ ’ଦି କେରଳ ଷ୍ଟୋରି’ ବକ୍ସ ଅଫିସ୍‌ରେ ଜବରଦସ୍ତ ରୋଜଗାର କରୁଛି। ରିଲିଜ୍‌ ପୂର୍ବରୁ ନେଇ ରିଲିଜ୍‌ ହେବା ପରେ ବି ବିବାଦ ମଧ୍ୟରେ ରହିଥିବା ଏହି ଚଳଚ୍ଚିତ୍ରଟି ଅନେକ ଚଳଚ୍ଚିତ୍ରକୁ ରୋଜଗାର କ୍ଷେତ୍ରରେ ପଛରେ ପକାଇଛି।  ଫିଲ୍ମଟି ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ରୋଜଗାର କରିସାରିଛି।

 

Related posts

ମୌନୀଙ୍କ କାନ୍ସ ଲୁକ ହେଲା ଭାଇରାଲ

mahabharatanews

ସରିଲା ପୁଲକିତ୍-କ୍ରିତିଙ୍କ ବିବାହ 

mahabharatanews

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା ; ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ଵସ୍ତି

mahabharatanews