ମନୋରଞ୍ଜନ

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସନୀ ଲିଓନ

(ମୁମ୍ବାଇ) : ୭୬ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ମେ ୧୬ ରୁ ଆରମ୍ଭ ହୋଇଛି  ସନୀ ଲିଓନଙ୍କ ସମେତ ଅନେକ ଭାରତୀୟ ସୁନ୍ଦରୀ ଏଥର କାନ୍ସରେ ଡେବ୍ୟୁ କରିଛନ୍ତି।  ଏହା ମେ ୨୭ ପର୍ଯ୍ୟନ୍ତ ଚାଲିବ। ସନୀଙ୍କ ଫିଲ୍ମ ‘କେନେଡି’ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରିମିୟର ହୋଇଛି। ଏହି ଫିଲ୍ମ ସହିତ ଅଭିନେତ୍ରୀ ମଧ୍ୟ ତାଙ୍କ ରେଡ୍ କାର୍ପେଟ୍ ଲୁକ୍‌ରେ ପ୍ରଶଂସକମାନଙ୍କୁ ପାଗଳ କରିଛନ୍ତି।

ସୂଚନାନୁଯାୟୀ , କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକ ଇଭେଣ୍ଟ ସମୟରେ ସନୀ ଲିଓନ୍ ଏକ ବଡିକନ୍ ସର୍ଟ ଡ୍ରେସ୍‌ରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଲୁକ୍ ମଧ୍ୟ ଛାଇ ଯାଇଛି। କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ପାଇଁ ସନୀ ତାଙ୍କ ପୋଷାକକୁ ଅତି ଚତୁରତାର ସହ ବାଛିଛନ୍ତି। ଏହି ଉତ୍ସବରେ ସେ ଥରେ ରକ୍ତ ଲାଲ ରଙ୍ଗର ଭେଲ୍‌ଭେଟ୍‌ ଗାଉନରେ ମଧ୍ୟ ଦେଖାଦେଇଥିଲେ। ଏହାକୁ ନେଇ ସେ ଟ୍ରୋଲ୍ ମଧ୍ୟ ହେଇଛନ୍ତି।

Related posts

ବ୍ୟବହାରକୁ ନେଇ ଟ୍ରୋଲ୍ ହେଲେ ରଣବୀର କପୁର  

mahabharatanews

ଏହି ସର୍ତ୍ତରେ ମିଳିଲା ଉର୍ବଶୀଙ୍କୁ ୨୪କ୍ୟାରେଟ୍ ସୁନା ଆଇଫୋନ୍

mahabharatanews

ମକ୍କାରେ ଚିତ୍କାର କରି କାନ୍ଦିଲେ ରାକ୍ଷୀ ସାୱନ୍ତ

mahabharatanews