ଭାରତ

ମଣିପୁର ହିଂସା: ପୁଣି କର୍ଫ୍ୟୁ ଜାରି

(ମଣିପୁର) :  ମଣିପୁରରେ ହିଂସା ଥମୁନି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜିଠାରୁ ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି।  ତେବେ ତାଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରାଜ୍ୟରେ ସାନି ହିଂସା ଉପୁଜିଛି। ସାନି ହିଂସା ଯୋଗୁ ଇମ୍ଫାଲରେ ପୁଣିଥରେ କର୍ଫ୍ୟୁ ଜାରି ହୋଇଛି।

ସୂଚନାନୁଯାୟୀ , ଦୋକାନ ବଜାର ସବୁ ବନ୍ଦ ରହିଛି। ଇତି ମଧ୍ୟରେ ସେନା ଦ୍ବାରା ୨୫ ଜଣ ସଶସ୍ତ୍ର ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।ସେମାନଙ୍କ ନିକଟରୁ ବନ୍ଧୁକ, ଗ୍ରେନେଡ୍‌ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେନାର ଏମ୍‌ଭିସିପି (ମଲ୍ଟିପୁଲ ମୋବାଇଲ ଭେଇକଲ ଚେକ୍‌ ପୋଷ୍ଟ୍‌ସ) ଦ୍ବାରା ବିଭିନ୍ନ ସ୍ଥାନରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ବିପୁଳ ଅସ୍ତ୍ର ଜବତ କରାଯାଇଛି।

 

Related posts

ବଙ୍ଗଳା ନିର୍ବାଚନ ପୂର୍ବରୁ SIRକୁ ନେଇ ବିଜେପି-ଟିଏମସି ବିବାଦ; ବାଦ ପଡିଲେ 60% ଅଧିକ ହିନ୍ଦୁ ଭୋଟର

mahabharatanews

JN.1 ର ପ୍ରଥମ ମାମଲା ଦିଲ୍ଲୀରେ ଚିହ୍ନଟ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ  ୧,୦୨୧ କରୋନା ସଂକ୍ରମିତ ଚିହ୍ନଟ 

mahabharatanews