ଓଡିଶା

ବଳରାମ ଯୋଜନାକୁ ନେଇ ଚାଷୀ ଓ ଭାଗ ଚାଷୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ

ପୁରୀ/ଜୟନ୍ତ ସେଠୀ: ପୁରୀ ଜିଲ୍ଲା ପିପିଲି ବ୍ଲକ ଆତ୍ମା କାର୍ୟ୍ୟାଳୟ ପରିସରରେ ବଳରାମ ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମେ ୧ ତାରିଖ ଠାରୁ ମେ ୩୦ ତାରିଖ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବଳରାମ ମାସ ଘୋଷଣା କରାଯାଇ ଥିବା ପରେ ବଳରାମ ଯୋଜନା କୁ ନେଇ ଚାଷୀ,ଭାଗ ଚାଷୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ କରାଯାଇ ଥିଲା । ବିଶେଷ କରି ଭାଗ ଚାଷୀ ଚାଷ କରିବା ପାଇଁ କିଭଳି ଋଣ ର ସୁବିଧା ପାଇବେ, ଓ ଏହି ଋଣ ବ୍ୟାଙ୍କ ମାଧ୍ୟମରେ ୪/୫ଜଣଙ୍କୁ ଏକତ୍ର କରି ଗୋଷ୍ଠୀ ମାଧ୍ୟମରେ କିଭଳି ଋଣ ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରାଯାଇଥିଲା ଏହି କର୍ମଶାଳା । ସଫଳ ଚାଷୀ ମାନେ ଋଣ ନେବାର ଉପକାରୀତା ନେଇ ଆଲୋଚନାକରାଯାଇ ଥିବା ବେଳେ ଚଳିତ ବର୍ଷ ୧୫୦ ଗୋଷ୍ଠୀ କୁ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦିଆଯିବ ।ଏହି ବୈଠକରେ ଆତ୍ମା ଅଧ୍ୟକ୍ଷ ପ୍ରକାଶ ଧଳ ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକଙ୍କ ପ୍ରତିନିଧି ଅର୍ତ୍ତବନ୍ଧୁ ସାମନ୍ତରାୟ,ବ୍ଲକ ଅଧ୍ୟକ୍ଷା ଦେବସ୍ୱନି ନନ୍ଦ, ବ୍ଲକ କୃଷି ଅଧିକାରୀ ପୀୟୂଷ ପଲ୍ଲଭ ପରିଡା,ଅତିରିକ୍ତ କୃଷି ଅଧିକାରୀ ଏବିଡ଼ିଓ ଶୈଳବାଳା ତ୍ରିପାଠୀ ଙ୍କ ସହିତ ଅନେକ ଚାଷୀ ଓ ବ୍ୟାଙ୍କ ଅଧିକାରୀ ମାନେ ଯୋଗ ଦେଇଥିଲେ।

Related posts

ଗାଡ଼ିଆପଡ଼ା ଘାଟିରେ ବସ ଓଲଟି ୨୫ ଆହତ

mahabharatanews

ଅଜଣା ଜନ୍ତୁ ଆକ୍ରମଣ ଭୟରେ ଯାଜପୁର

mahabharatanews

ଜେଲରେ ଅନୁତାପ କରୁଛି କି ଶିବ ?

mahabharatanews