ଓଡିଶା

ସିଦ୍ଧି ବିନାୟକ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ମାନ୍ୟବର ବିଧାୟକ ନବୀନ କୁମାର ଜୈନ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ର ଏମ୍ ଡି ଶ୍ରୀ ଶ୍ରୀତମ କୁମାର ସାହୁ,ଡାଇରେକ୍ଟର ଶ୍ରୀ ସୁଧୀର ସାହୁ,ସମ୍ପାଦିକା ଶ୍ରୀମତୀ ଦିପାଞ୍ଜଳୀ ସାହୁ ଓ ସମାଜ ସେବୀ ଆଶିଷ ଜୈନ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ପରସ୍ପରକୁ ରକ୍ଷା ସୂତ୍ର ବାନ୍ଧିଥିଲେ ଏବଂ ମିଠା ଖୁଆଇ ଦୀର୍ଘାୟୁ କାମନା କରିଥିଲେ ।

ବିଧାୟକ ଶ୍ରୀଯୁକ୍ତ ଜୈନ ନିଜ ବକ୍ତବ୍ୟରେ ରକ୍ଷା ବନ୍ଧନର ମାହାତ୍ମ୍ୟ ଏବଂ ଭାଇ- ଓ ଭଉଣୀ ସମ୍ପର୍କର ପବିତ୍ରତା ଉପରେ ଆଲୋକପାତ କରିଥିଲେ। ସେ ସମାଜରେ ନାରୀ ସୁରକ୍ଷା ଏବଂ ସମ୍ମାନ ରକ୍ଷା କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଉତ୍ସବ ଅବସରରେ ଶିଶୁମାନଙ୍କ ଦ୍ୱାରା ରକ୍ଷା ବନ୍ଧନ ଭିତ୍ତିକ ସୁନ୍ଦର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।ବିଭିନ୍ନ ପ୍ରକାର କାର୍ଯ୍ୟକର୍ମ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମ ର ଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏବଂ ପରିଚାଳନା କମିଟି ପକ୍ଷରୁ ମୁଖ୍ୟ ଅତିଥି ଓ ଉପସ୍ଥିତ ସମସ୍ତ ଅଭିଭାବକ ଓ ଅଭିଭାବିକା ତଥା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Related posts

ପାରାଦ୍ୱୀପ ୟୁନିଟ ଟ୍ରଷ୍ଟ୍ ପକ୍ଷରୁ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews

ହିନ୍ଦୋଳ ପୋଲିସର ଅତର୍କିତ ଚଢ଼ାଉ , ୭ ପେଟିରୁ ଉର୍ଦ୍ଧ ବିଦେଶୀ ମଦ ଜବତ

mahabharatanews

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା; ୪୦ଟି ସ୍ଥାନ ରେଡ୍‌ ଜୋନ 

mahabharatanews