ଓଡିଶା

ମା ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବରେ ଭଜନ  ମା ଲୋ ମା ବୁଢ଼ୀ ଠାକୁରାଣୀ ଉନ୍ମୋଚିତ

ଆଜି ମା ବୁଢୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ। ମା ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ଅବସରରେ ଠାକୁରାଣୀଙ୍କ ପୀଠରେ ଭକ୍ତିଗୀତ ‘ମା’ ଲୋ ମା’ ବୁଢ଼ୀ ଠାକୁରାଣୀ’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅଛି । ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ, ବିଜେଡି ଯୁବନେତା ଅରୁଣାଭ ସିଂ, ସମାଜସେବୀ ପର୍ଶୁରାମ ଦାସ, ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଯୁବପିଢ଼ି ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ପଥଭ୍ରଷ୍ଟ ହେଉଥିବା ବେଳେ ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ନେଇ ଏଭଳି ପ୍ରୟାସ ସମାଜ ପାଇଁ ଏକ ଶୁଭ ସଙ୍କେତ ବୋଲି ଅତିଥିଗଣ କହିଛନ୍ତି।ଲିକୁନ୍ ଓ ତାଙ୍କ ସାଥୀମାନଙ୍କ ଅକ୍ଲାନ୍ତ ପରିଶ୍ରମରେ ପ୍ରସ୍ତୁତ ଏହି ଭଜନଟି ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଶୁଭ ଉନ୍ମୋଚନ ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମସ୍ତ ଟିମ୍ ମେମ୍ବର ମାନଙ୍କୁ ଶୁଭେଛା ଜଣାଇଛନ୍ତି।

Related posts

“ଜନଧନ ଓ ଉଜ୍ଜ୍ୱଳା” କୋରନା ପାଇଁ ଏକ ମାଧ୍ୟମ ହୋଇପାରେ

mahabharatanews

ପଙ୍କଉଧାର ଓ ଗାଡୱାଲ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

mahabharatanews

ମେ’ ରେ ହେବ କଲରାପତରିଆ ବାଘ ଗଣନା

mahabharatanews