ମନୋରଞ୍ଜନ

ମୁଁ ମନ୍ଦିର ଆଗକୁ ବି ଯିବି’ : ସାରା

(ମୁମ୍ବାଇ)  : ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜରା ହଟ୍‌କେ ଜରା ବଚ୍‌କେ’। ସାରା ଉଜ୍ଜୈନ୍‌ର ମହାକାଳେଶ୍ବର ମନ୍ଦିିରରେ ନଜର ଆସିଥିବା ବେଳେ ତାଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଉଛି। ତେବେ ସାରା ଟ୍ରୋଲର୍ସମାନଙ୍କୁ କଡ଼ା ଜବାବ ବି ଦେଇଛନ୍ତି।

ସେ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ଲୋକଙ୍କ କଥା ତାଙ୍କ ପାଇଁ କିଛି ଗୁରୁତ୍ବ ରଖେ ନାହିଁ। ମନ୍ଦିରରେ ଥିବା ସକାରାତ୍ମକ ପରିବେଶ ତାଙ୍କୁ ଖୁବ୍‌ ଭଲ ଲାଗେ। ସେ କହିଛନ୍ତି କି ‘ମୁଁ ମୋର କାମକୁ ଖୁବ୍ ମନ ଦେଇ କରେ। ତାହାକୁ ଲୋକଙ୍କ ପାଇଁ କରେ। ଯଦି ସେହି କାମ ଲୋକଙ୍କୁ ପସନ୍ଦ ନଆସିଲା ମୋତେ ଖରାପ ଲାଗିବ। ହେଲେ ମନ୍ଦିର ଯିବା ମୋର ବ୍ୟକ୍ତିଗତ ପସନ୍ଦ। ଯାହାକୁ ଯାହା କହିବାର ଅଛି କୁହନ୍ତୁ। ମାତ୍ର ମୁଁ ମନ୍ଦିର ଆଗକୁ ବି ଯିବି।’

Related posts

ଉର୍ଫିଙ୍କୁ ଥାନାକୁ ନେଇଗଲେ ପୋଲିସ

mahabharatanews

ବାପା ଧର୍ମେନ୍ଦ୍ରଙ୍କ ସହ ଆମେରିକାରେ ସନ୍ନି 

mahabharatanews

ଇଦରେ ସଲମାନଙ୍କ ଘର ଆଗରେ ଲାଠିଚାର୍ଜ 

mahabharatanews