ମନୋରଞ୍ଜନ

 ‘ଦି କେରଳ ଷ୍ଟୋରୀ’ ଭଳି ଫିଲ୍ମ ସଫଳ ହେବା ଦେଶ ପାଇଁ ବିପଦ : ନସିରୁଦ୍ଦିନ

(ମୁମ୍ବାଇ) :  ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’ ’। ରିଲିଜର ୧୮ଦିନରେ ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଏବେ ଫିଲ୍ମର ଆୟ ୨୫୦କୋଟି ପାଖାପାଖି ପହଞ୍ଚିଛି। ଫିଲ୍ମଟିକୁ ଅଟେ ପରିମାଣର ସଫଳତା ମିଳିବା ପରେ ବଲିଉଡ ଅଭିନେତା ନସିରୁଦ୍ଦିନ ଶାହ ଫିଲ୍ମର ସଫଳତାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଚଳିତ ବର୍ଷର ଦ୍ବିତୀୟ ବଡ଼ ବଲିଉଡ ଫିଲ୍ମ ପାଲଟିଛି ‘ଦି କେରଳ ଷ୍ଟୋରୀ’।

ଏକ ସାକ୍ଷାତକାର ଦେଇ ନାସିରୁଦ୍ଦିନ ଶାହା କହିଛନ୍ତି, ଭିଡ୍, ଅଫବାହ, ଫରାଜ ଭଳି ଯୋଗ୍ୟ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଗଲା। ଏହି ଚଳଚ୍ଚିତ୍ର ଦେଖିବା ପାଇଁ କେହି ଥିଏଟରକୁ ଗଲେ ନାହିଁ। କିନ୍ତୁ ସମସ୍ତେ  ‘ଦି କେରଳ ଷ୍ଟୋରୀ’ ଦେଖିବାକୁ ସିନେମା ହଲକୁ ଯାଉଛନ୍ତି। ମୁଁ ଏହି ଚଳଚ୍ଚିତ୍ର ଦେଖି ନାହିଁ ଏବଂ ମୁଁ ଏହା ଦେଖିବାକୁ ମଧ୍ୟ ଇଚ୍ଛା କରେ ନାହିଁ। କାରଣ ମୁଁ ଏହା ବିଷୟରେ ବହୁତ କିଛି ପଢ଼ି ସାରିଛି। ‘ଦି କେରଳ ଷ୍ଟୋରୀ’ ଭଳି ଫିଲ୍ମ ସଫଳ ହେବା ଦେଶ ପାଇଁ ବିପଦ।

Related posts

ପରଲୋକରେ ଲୋକପ୍ରିୟ ଅଭିନେତା  ଦୀନେଶ

mahabharatanews

ନିଜ ଘରକୁ ବନ୍ଧକ ରଖିଲେ ପ୍ରିୟଙ୍କା

mahabharatanews

ବିବାହ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ

mahabharatanews