ଓଡିଶା

ଚାଲିଛି ଶ୍ରୀଜିଉଙ୍କ ଗୋପନ ଉପଚାର ,ଦିଆଗଲା ପଥି ଭୋଗ 

(ପୁରୀ) :  ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ସୁସ୍ଥ କରିବା ପାଇଁ ଚାଲିଛି ଗୋପନୀୟ ଉପଚାର । ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟିଦିଅଁ ବିଜେ କରିଛନ୍ତି।

ପଟିଦିଅଁ ରୂପେ ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ର ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରା ଭୁବନେଶ୍ୱରୀ ରୂପରେ ପୂଜା ପାଇଛନ୍ତି। ଏହିଠାରେ ଛପନ ଭୋଗ ଅନ୍ନ, ପିଠାପଣା ଆଦି ଲାଗି କରାଯାଇଛି।ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ବି ଏଠାରେ ପୂଜା ପାଉଛନ୍ତି। ପଟି ଦିଅଁଙ୍କ ନିକଟରେ ଆଜିଠାରୁ ଛପନ ପଉଟି ଭୋଗ ଲାଗି ହୋଇଛି।

 

 

 

Related posts

ଶିକାର କରୁ କରୁ ଫୁଟିଲା ଗୁଳି, ଶିକାରୀ ଗୁରୁତର

mahabharatanews

ମୋସଭର୍ୟା ଠିକାସଂସ୍ଥାର ମନମାନି, ସ୍ଥାନୀୟ ଯୁବକଙ୍କୁ ମିଳୁନି ନିଯୁକ୍ତି

mahabharatanews

ସମୁଦ୍ର କୂଳରେ ମଲା ଜେଲି ଫିସ, ଲୋକ ଆତଙ୍କିତ

mahabharatanews