ଭାରତ

ଥମୁନି ମଣିପୁର ହିଂସା : ୨୯ଟି ଅଟୋମେଟିକ୍ ଅସ୍ତ୍ର ଜବତ

(ମଣିପୁର) : ଥମିବାର ନାଁ ନେଉନି ମଣିପୁର ହିଂସାକାଣ୍ଡ । ରାଜ୍ୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ସମୟରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ୨୯ ଟି ଅଟୋମେଟିକ୍ ଅସ୍ତ୍ର ଜବତ କରିଛନ୍ତି ।

ସୂଚନାନୁଯାୟୀ , ଅସ୍ତ୍ରଶସ୍ତ୍ର ସହିତ ଯୁଦ୍ଧ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି । ଭାରତୀୟ ସେନାର ଏକ ୟୁନିଟ୍ ସ୍ପିଅର କର୍ପସ୍ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି । ସଂରକ୍ଷଣ ତଥା ଅନ୍ୟାନ୍ୟ ସ୍ଥାନୀୟ ପ୍ରସଙ୍ଗରେ ହିଂସା ପରେ ମଣିପୁରର ଉଭୟ ପାହାଡ ଏବଂ ଉପତ୍ୟକା ସମ୍ବେଦନଶୀଳ ଅଞ୍ଚଳରେ ବୁଧବାର ଏକ କମ୍ବିଂ ଅପରେସନ୍ କରାଯାଇଥିଲା । ଭାରତୀୟ ସେନାର ସ୍ପିଅର କୋର ଏକ ଟୁଇଟ୍‌ରେ କହିଛି ଯେ 7 ଜୁନ୍ ଦିନ ମଣିପୁରରେ ମିଳିତ ସର୍ଚ୍ଚ ଅପରେସନ ସମୟରେ ବଡ଼ ସଫଳତା ହାସଲ କରାଯାଇଥିଲା ।

Related posts

ଗିରଫ ହେଲେ ସୁରକ୍ଷା ଉଲ୍ଲଂଘନ କରିଥିବା ପାଞ୍ଚ ଅଭିଯୁକ୍ତ

mahabharatanews

କାଲ୍‌କାଜୀ ମନ୍ଦିରରେ ହଠାତ ଭାଙ୍ଗି ପଡିଲା ମଞ୍ଚ,ଜଣେ ମୃତ  

mahabharatanews

ସିଏସକେ କ୍ୟାପଟେନ୍ସି ଛାଡ଼ିଲେ ଧୋନି, ଜାଡେଜା ସମ୍ଭାଳିବେ ଦଳର କମାଣ୍ଡ

mahabharatanews