ମନୋରଞ୍ଜନ

୧୬ରେ ପରଦାକୁ ଆସିବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

(ମୁମ୍ବାଇ) : ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟରେ ଫୁଟିବ ୫୦ଲକ୍ଷର ବାଣ। ଜୁନ୍ ୧୬ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ବେ‌‌ଳେ ଏହି ଫିଲ୍ମକୁ ନେଇ ବେଶ ଖୁସି ଅଛନ୍ତି ଦର୍ଶକ।  ଏହି କାର୍ଯ୍ୟକ୍ରମରେ ପ୍ରଭାସ ଓ କ୍ରିତିଙ୍କ ହଜାର ହଜାର ପ୍ରଶଂସକ ଯୋଗଦେବେ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମ ପାଇଁ ଏବେ ପ୍ରସ୍ତୁତି ଚାଲିଥିବାବେଳେ ନିର୍ମାତାମାନେ ଏହି ଇଭେଣ୍ଟକୁ ସ୍ମରଣୀୟ କରିବା ପାଇଁ ୫୦ଲକ୍ଷ ଟଙ୍କାର ବାଣ ଫୁଟାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ଆଜି ତିରୁପତିରେ ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟ ଅନୁଷ୍ଠିତ ହେବ। ତିରୁପତିଠାରେ ଆଦିପୁରୁଷ ପାଇଁ ସ୍ୱତନ୍ତ୍ର ଟ୍ରେଲର ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ନିର୍ମାତା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସାମ୍ନାକୁ ଆସିଛି। ଏହି ଇଭେଣ୍ଟ ପାଇଁ ନିର୍ମାତା ମୋଟ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି।

Related posts

ଆଖି ବୁଜିଲେ ବର୍ଷୀୟାନ୍ ଭିନେତା ‘ଜୁନିୟର୍‌ ମେହ୍‌ମୁଦ୍

mahabharatanews

ପୁଷ୍ପା-୨ ସୁଟିଂ ସେଟରେ ପହଞ୍ଚିଲା ଲାଲ ଚନ୍ଦନ କାଠ

mahabharatanews

ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରସିଦ୍ଧ ଗାୟକ କୁମାର ସାନୁ…

mahabharatanews