ଓଡିଶା

ସୀମା ଟପିଲା ତାପମାତ୍ରା ; ସମ୍ବଲପୁରରେ ପାରଦ ୪୬.୧ ଡିଗ୍ରି

 (ଭୁବନେଶ୍ୱର) : ଚଳିତ ବର୍ଷ ଅସହ୍ୟ ହେଲାଣି ତାତି । ଜନଜୀବନ ହନ୍ତସନ୍ତ ହୋଇପଡିଥିବା ବେଳେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଦାହକ ବିକଳ ହେଉଚ୍ଛନ୍ତି ରାଜ୍ୟବାସୀ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ  ସବୁ ସୀମା ଟପିଯାଇଥିଲା ଦିନ ତାପମାତ୍ରା  ସମ୍ବଲପୁରର ଦିନ ତାପମାତ୍ରା ୪୬.୧ ଡିଗ୍ରିରେ ପହଞ୍ଚିଥିବା ବେଳେ ସ୍ବାଭାବିକ ତାପମାତ୍ରାଠାରୁ ୮ ଡିଗ୍ରି ଅଧିକ ଲୋକଙ୍କୁ ହତାଶ କରିଛି ।

ତେବେ ଏନେଇ ପାଣିପାଗ ବିଭାଗ କହିବାନୁଯାୟୀ , ଗତ ୨୫ ବର୍ଷରେ ଏଭଳି ଖରା କେହି ଦେଖିନଥିଲେ। ଶେଷ ଥର ପାଇଁ ୧୯୯୮ ମସିହା ଜୁନ୍‌ ୨ରେ ସମ୍ବଲପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୭.୪ ଡିଗ୍ରି ରେକର୍ଡ ହୋଇଥିଲା। ଯାହାକି ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରାର ସର୍ବକାଳୀନ ରେକର୍ଡ।  ଏହାପରେ ଆଜି ପର୍ଯ୍ୟନ୍ତ ଜୁନ୍‌ ମାସରେ ସମ୍ବଲପୁରର ତାପମାତ୍ରା ୪୬ ଡିଗ୍ରି ଅତିକ୍ରମ କରିନଥିଲା। ୨୦୧୯ଜୁନ୍‌ ୧୨ରେ ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୫.୬ ରେକର୍ଡ ହୋଇଥିଲା। ଆଜି ପର୍ଯ୍ୟନ୍ତ ଜୁନ୍‌ର ସର୍ବୋଚ୍ଚ ତାପମାତ୍ରା ୨୦୦୩‌ରେ ଟିଟଲାଗଡ଼ରେ ୫୦.୧ ଡିଗ୍ରି ରେକର୍ଡ କରାଯାଇଛି। ଯାହାକି ଓଡ଼ିଶାର ସର୍ବକାଳୀନ ତାପମାତ୍ରା।

 

 

Related posts

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଡକ ସୁରକ୍ଷା ବୈଠକ

mahabharatanews

ସିଲଭର ସିଟିରେ ଉତ୍କଳକେଶରୀଙ୍କ ୧୨୨ ତମ ଜନ୍ମ ଜୟନ୍ତୀ ପାଳିତ

mahabharatanews

ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟା

mahabharatanews