ଓଡିଶା

ଆଜି ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

(ପୁରୀ) : ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ଶ୍ରୀଜୁଉ । ଦଶମୂଳ ମହୈାଷଧି ଅର୍ପଣ ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଆଜି ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କର ଅନୁଷ୍ଠିତ ହୋଇଛି ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଛି ।

ସୂଚନାନୁଯାୟୀ , ଅଣସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ କରାଯିବା ସହ ଆଗାମୀ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ସମାପନ ହେବ ସେନେଇ ଦଇତାପତିମାନେ ଗଜପତିଙ୍କ ସହ ଆଲୋଚନା କରିବେ। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବାବେଳେ ଶ୍ରୀଜିଉଙ୍କୁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା ।

Related posts

ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଗିରଫ

mahabharatanews

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ

mahabharatanews