ମନୋରଞ୍ଜନ

କମିଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍‌ ମୂଲ୍ୟ

(ମୁମ୍ବାଇ) : ଫିଲ୍ମ ଆଦିପୁରୁଷକୁ ନେଇ ବିବାଦ ଥମିବାର ନାଁ ନେଉନଥିବା ବେଳେ ଟିକେଟ ମୂଲ୍ୟ କମ ହୋଇଥିବା କଥା ସାମ୍ନାକୁ ଆସିଛି । ଏହି ୩ଡି ଭିଜୁଆଲ୍‌ ଫିଲ୍ମର ଟିକେଟ୍‌ ଦର ଏବେ ୧୫୦ ଟଙ୍କାରୁ ଆରମ୍ଭ ହୋଇଛି। ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଟିକେଟ୍‌ ଦରକୁ ହ୍ରାସ କରାଯାଇଛି।

ସୂଚନାନୁଯାୟୀ , ପ୍ରଥମ ପାଞ୍ଚ ଦିନ ମଧ୍ୟରେ ଫିଲ୍ମଟି ୩୯୫ କୋଟି ଟଙ୍କାର ଆୟ କରି ସାରିଲାଣି।ଗତ ଦୁଇ ଦିନରୁ ଟିକେଟ୍‌ ଦର ଯାହା ଥିଲା, ଏବେ ତାହାକୁ ହ୍ରାସ କରାଯାଇଥିବା ସୂଚନା ରହିଛି।ତେବେ ରିଲିଜ୍‌ ପୂର୍ବରୁ  ଏହି ସିନେମା ପାଇଁ ବୁକିଂ ଆରମ୍ଭ ହୋଇସାରିଥିଲା। ରାଜଧାନୀ ଦିଲ୍ଲୀରେ ଏହି ଫିଲ୍ମର ଚାହିଦା ରହିଥିବା ବେଳେ  ଟିକେଟ୍‌ ଦର ୨୨୦୦ ଟଙ୍କା ବୋଲି ବୁକ୍‌ ମାଇଁ ସୋ’ରେ ଦେଖିବାକୁ ମିଳିଥିଲା।

Related posts

ଅଭିନେତା ମନସୁର ଅଲି ଖାନ୍ ଫେରାର 

mahabharatanews

ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ ରିଲିଜ୍ 

mahabharatanews

ବିଶ୍ୱରେ ଚହଳ ସୃଷ୍ଟି କରୁଛି ହଲିଉଡର ଏହି ଚଳଚ୍ଚିତ୍ର

mahabharatanews