ଓଡିଶା

ରେଳ ଦୁର୍ଘଟଣା : ଏଣିକି ବାହାନଗାରେ ଅଟକିବ ଟ୍ରେନ୍

(ବାଲେଶ୍ଵର) : ବାଲେଶ୍ୱର ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଏବେ ବି ମନରୁ ଲିଭି ନାହିଁ  । ଆହରିମଧ୍ୟରେ ଆସିଛି ଖୁସି ଖବର ଏବେ ବାହାନଗାରେ ପୁଣି ଅଟକିବ ଟ୍ରେନ୍ । ସ୍ୱାଭାବିକ ହେବ ରେଳ ଚଳାଚଳ । ପୂର୍ବ ପରି ପୁଣି ନିର୍ଦ୍ଧାରିତ ଟ୍ରେନ୍ ଅଟକିବ । ଯାତ୍ରୀ ମାନେ ଏହି ଷ୍ଟେସନରୁ ଟ୍ରେନ୍ ଚଢିପାରିବେ ।

ସୂଚନାନୁଯାୟୀ , ଟ୍ରେନ୍ ଦୁର୍ଘଟଣା ପରେ ଟ୍ରାକ୍ ମରାମତି ପରେ ଭଦ୍ରକ ଏବଂ ଖଡ଼ଗପୁର ମଧ୍ୟରେ ମୁଖ୍ୟ ଲାଇନରେ ଟ୍ରେନ୍ ସେବା ପୁନଃ ଆରମ୍ଭ ହୋଇଥିଲା । କିନ୍ତୁ ଦୁର୍ଘଟଣାର ଅନୁସନ୍ଧାନକୁ ଦୃଷ୍ଟିରେ ରଖି ବାହାନାଗା ରେଳ ଷ୍ଟେସନରେ କୌଣସି ଟ୍ରେନ୍ ଅଟକିବା ଉପରେ ରୋକ୍ ଲଗାଯାଇଥିଲା । ଉକ୍ତ ୨୯୨  ଜଣଙ୍କ ଜୀବନ ଯାଇଥିବା ଏବଂ ୧୧୦୦  ରୁ ଅଧିକ ଆହତ ହୋଇଥିବା ଟ୍ରେନ ଦୁର୍ଘଟଣାର କାରଣ ଜାଣିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ରେ ଅନୁସନ୍ଧାନ ଜାରି ରଖିଛି । ଯାଞ୍ଚର ଏକ ପ୍ରକ୍ରିୟା ଭାବେ ଏଜେନ୍ସି ଏହି ଷ୍ଟେସନର ସମସ୍ତ ସିଗନାଲ ରେକର୍ଡ ଏବଂ ଅନେକ ତଥ୍ୟ ଜବତ କରିବା ସହ ବାହାନଗାରେ ରେଳ ରହଣୀକୁ ବନ୍ଦ କରାଯାଇଥିଲା ।

Related posts

ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ନିର୍ମାଣ ହେବ ହସ୍ପିଟାଲ 

mahabharatanews

ଅସନ୍ତୁଷ୍ଟଙ୍କ ପାଇଁ ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

mahabharatanews

ବଜ୍ରକୋଟ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ କୁନି ବୈଜ୍ଞାନିକ ମେଳା

mahabharatanews